ପଶ୍ଚିମ ବଙ୍ଗରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷ ଙ୍କ ପାଇଁ ପ୍ରଚାର କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 21 ଏପ୍ରିଲ (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ, ଖଡ଼ଗପୁର ନିର୍ବାଚନ ମଣ୍ଡଳୀର କେଶରୀ ମୋଡ଼ ଠାରେ ଆୟୋଜିତ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ସେ ଏହି ଅବସରରେ ଦଳୀୟ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ଘୋଷଙ୍କୁ ପଦ୍ମ ଫୁଲ
ପଶ୍ଚିମ ବଙ୍ଗରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷ ଙ୍କ ପାଇଁ ପ୍ରଚାର କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 21 ଏପ୍ରିଲ (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ, ଖଡ଼ଗପୁର ନିର୍ବାଚନ ମଣ୍ଡଳୀର କେଶରୀ ମୋଡ଼ ଠାରେ ଆୟୋଜିତ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ସେ ଏହି ଅବସରରେ ଦଳୀୟ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ଘୋଷଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେ ପଶ୍ଚିମବଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଆହୁରି ମଜବୁତ କରିବା। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିକାଶର ଗତିକୁ ଦ୍ୱିଗୁଣିତ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁନ୍ଦର, ସଶକ୍ତ ଓ ବିକଶିତ ପଶ୍ଚିମବଙ୍ଗ ଗଠନରେ ସହଭାଗୀ ହେବା ବୋଲି ସେ ଅପିଲ କରିଛନ୍ତି । ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande