ଓଡ଼ିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓରୀ ଫେଷ୍ଟ୍ ୨୦୨୬ ଅନୁଷ୍ଠିତ
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ମଧ୍ୟରେ ବେଶ ପରିଚିତ ଓଡ଼ିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି। ଏହି ବିଦ୍ୟାଳୟ ପକ୍ଷରୁ ଓରୀ ଫେଷ୍ଟ୍ ୨୦୨୬ ବେଶ ଧିମଧାମ ରେ ପାଳିତ ହୋଇଛି। ସଂଧ୍ୟାରେ ପ୍ରଥମେ ଯାନ୍ତ୍ରୀକ ବିଦ୍ୟାଳୟ ପକ୍ଷରୁ ଅତ
Ori fest


କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ମଧ୍ୟରେ ବେଶ ପରିଚିତ ଓଡ଼ିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି। ଏହି ବିଦ୍ୟାଳୟ ପକ୍ଷରୁ ଓରୀ ଫେଷ୍ଟ୍ ୨୦୨୬ ବେଶ ଧିମଧାମ ରେ ପାଳିତ ହୋଇଛି। ସଂଧ୍ୟାରେ ପ୍ରଥମେ ଯାନ୍ତ୍ରୀକ ବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପରେ ମା ତାରିଣୀଙ୍କ ଠାରେ ଦ୍ୱୀପ ପ୍ରଜ୍ଜଳନ କରି କାର୍ଯ୍ଯକ୍ରମ ଶୁଭାରମ୍ବ ହୋଇଥିଲା। ଯାନ୍ତ୍ରୀକ ବିଦ୍ୟାଳୟର ପ୍ରିନ୍ସିପାଲ ଇଁ ମନ୍ମଥ କୁମାର ମାଝୀ ସ୍ବାଗତ ଭାଷଣ ଦେବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲା କୋର୍ଟ ପବ୍ଲିକ ପ୍ରସ୍ୟୁକୁଟର ପ୍ରଦୀପ କୁମାର ଦାସ ଯୋଗ ଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥିଭାବେ ଓଏମସି ଶୁଆକାଠିର ସାଧାରଣ ପରିଚାଳକ ଇଁ ପଙ୍କଜ ମହାନ୍ତ, ଏମଜିଏମ୍ ମାଇନ୍ସ ସାଧାରଣ ପରିଚାଳକ ମହେନ୍ଦ୍ର ମହାନ୍ତି, ଡିଆଇସି ସାଧାରଣ ପରିଚାଳକ ଇଁ ଅଜୟ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରିବା ପରେ ଛାତ୍ର ଆଡଭାଇଜର ଇଁ ରାଜିବ ଲୋଚ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ଯାନ୍ତ୍ରୀକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande