ଦଶ ଲକ୍ଷ ଭୋଟର ବାଦ ପଡ଼ିବାଏକ ରାଜନୈତିକ ଷଡ଼ଯନ୍ତ୍ର- ରାଜା ସ୍ୱାଇଁ
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଦଶ ଲକ୍ଷ ଭୋଟର ବାଦ ପଡ଼ିବାଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଧାୟକ ରାଜା ସ୍ୱାଇଁ କହିଛନ୍ତି । ଓଡ଼ିଶାରେ ବାର୍ଷିକ ସଂଶୋଧନ ପରେ ପ୍ରାୟ ଦଶ ଲକ୍ଷ ଭୋଟର ବାଦ ପଡ଼ିବା କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ, ଏହା ଏକ ରାଜନୈତିକ ଷଡ଼
ଦଶ ଲକ୍ଷ ଭୋଟର ବାଦ ପଡ଼ିବାଏକ ରାଜନୈତିକ ଷଡ଼ଯନ୍ତ୍ର- ରାଜା ସ୍ୱାଇଁ


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଦଶ ଲକ୍ଷ ଭୋଟର ବାଦ ପଡ଼ିବାଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଧାୟକ ରାଜା ସ୍ୱାଇଁ କହିଛନ୍ତି ।

ଓଡ଼ିଶାରେ ବାର୍ଷିକ ସଂଶୋଧନ ପରେ ପ୍ରାୟ ଦଶ ଲକ୍ଷ ଭୋଟର ବାଦ ପଡ଼ିବା କେବଳ ଏକ ପ୍ରଶାସନିକ

ତ୍ରୁଟି ନୁହେଁ, ଏହା ଏକ ରାଜନୈତିକ

ଷଡ଼ଯନ୍ତ୍ର ଯାହା ଗତ କିଛି ମାସ ହେଲା ବିଭିନ୍ନ ରାଜ୍ୟରେ ଚାଲିଛି ବୋଲି ଅଭିଯୋଗ ଆଣିଛି ରାଜା

ସ୍ୱାଇଁ ।

ରାଜା ସ୍ୱାଇଁ କହିଛନ୍ତି ଯେ, ଏସ୍ଆଇଆର୍ ପୂର୍ବରୁ ଏତେ ସଂଖ୍ୟକ

ଭୋଟରଙ୍କ ମତଦାତା ସୂଚୀରୁ କଟିବା ସାଧାରଣ ଭାବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆହୁରି

ଚିନ୍ତାଜନକ ବିଷୟ ଯେ, ଭୋଟରଙ୍କୁ

କାଟିବାପାଇଁ ଦୁଇ ଲକ୍ଷ ଫର୍ମ-୭ ଦାଖଲ କରାଯାଇଛି, ଯାହା ଏକ ଷଡ଼ଯନ୍ତ୍ର ପରି ମନେହୁଏ, କାରଣ ଏହି ଫର୍ମକୁ

ବ୍ୟବହାର କରି ଅନ୍ୟ ରାଜ୍ୟରେ ବିରୋଧୀ ଦଳ ଭୋଟରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଭୋଟର ଲିଷ୍ଟରୁ ବାଦ୍

ଦିଆଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ଏହି ସବୁ ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ

ଗ୍ରହଣ କରନ୍ତୁ।

ରାଜା ସ୍ୱାଇଁ କହିଛନ୍ତି ଯେ, ଗତ ବିଧାନସଭା ଅଧିବେଶନରେ, ମୁଁ ଏହି ବିଷୟରେ

ସରକାରଙ୍କୁ ପ୍ରଶ୍ନ ପଚାରିଥିଲି। ସରକାର ଦେଇଥିବା ଉତ୍ତର ଏବଂ ଚୁଡାନ୍ତ ବାଦ ପଡ଼ିଥିବା

ଭୋଟରଙ୍କ ମଧ୍ୟରେ ଦୁଇ ଲକ୍ଷ ତାରତମ୍ୟ ଅଛି ଯାହା ଏହି ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି।

ମତଦାନ ପ୍ରୟୋଗ ଜଣେ ନାଗରିକର ସାମ୍ବିଧାନିକ ଅଧିକାର। ଗତ କିଛି ମାସ

ମଧ୍ୟରେ ସାରା ଦେଶରେ ଯେପରି ଭାବେ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଉଭୟ ରାଜନୈତିକ ଦଳ ଏବଂ

ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande