ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟେନମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ
ଯୁବ ପିଢ଼ିକୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ର ଭୂମିକା ଅପରିହାର୍ଯ୍ୟ ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗତ ଏପ୍ରିଲ ୧୫ ତାରିଖରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ଚାଲିଥିବା ସାତ ଦିନିଆ ବେ
ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ  ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ


ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ  ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ


ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ  ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ


ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ  ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ


ଯୁବ ପିଢ଼ିକୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ର ଭୂମିକା ଅପରିହାର୍ଯ୍ୟ

ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗତ ଏପ୍ରିଲ ୧୫ ତାରିଖରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ଚାଲିଥିବା ସାତ ଦିନିଆ ବେସିକ କୋର୍ସ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଶିବିରାର୍ଥୀମାନେ ସ୍କାଉଟ ଓ ଗାଇଡ଼ର ମୂଳନୀତି, ଶିଷ୍ଟାଚାର, ନେତୃତ୍ୱ କୌଶଳ, ସାମାଜିକ ସେବା ସମ୍ବନ୍ଧୀୟ ପ୍ରଶିକ୍ଷଣ ଗ୍ରହଣ କରିବା ସହ ବିଭିନ୍ନ ପ୍ରାକ୍ଟିକାଲ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟ,ଆପତ୍କାଳୀନ ସହାୟତା ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ। ବିଶେଷ କରି ପ୍ରବଳ ଗ୍ରୀଷ୍ମ ତାପ ରୁ ପଥିକ ମାନଙ୍କ ଶୋଷ ନିବାରଣ ପାଇଁ ଦିନ ବେଳା ବିଦ୍ୟାଳୟ ସମ୍ମୁଖରେ ଦହିପାଣି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ପ୍ରତ୍ୟେକ ଦିନ ରାତ୍ରିକାଳୀନ କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ଶିବିରାର୍ଥୀମାନେ ଗୀତ, ନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ପରିବେଶକୁ ଉତ୍ସବ ମୁଖର କରୁଥିଲେ। ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ଶିବିରରେ ଅର୍ଜିତ ଜ୍ଞାନ ଓ କୌଶଳକୁ ବିଦ୍ୟାଳୟରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ ଉତମ ନାଗରିକ ଭାବେ ଗଢି ତୋଳିବାକୁ ପ୍ରେରଣା ଦେଇଥିଲେ। ମୁଖ୍ୟଅତିଥି ଭାବେ ସମାଜସ୍ୱେୀ ଡ଼. ଶ୍ରୀକର ମିଶ୍ର ନିଜ ବକ୍ତବ୍ୟରେ ଆଜିର ଯୁବ ପିଢ଼ିକୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ନିଜ ବକ୍ତବ୍ୟରେ ସମାଜ ସେବା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ମୂଲ୍ୟବୋଧ କୁ ଅନୁସରଣ କରି ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ। ସ୍କାଉଟ ମାଷ୍ଟର ଅଜିତ ମିଶ୍ର ଓ ଗାଇଡ଼ କ୍ୟାପ୍ଟନ ଜିନିମା ନନ୍ଦ ନିଜ କ୍ୟାମ୍ପ ଅନୁଭୂତି କହିଥିଲେ। ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗୀର ବିଇଓ ନୀଳମଣି ପଟେଲ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ର, କୋର୍ସ ଲିଡର ପୀତବାସ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। କୋର୍ସ ସହଯୋଗୀ ଭାବେ ସୁରଜିତ ସେନ, ନୀଳାଂଚଳ ଚିର୍ଗୁନ, ବସନ୍ତ ମେହେର, ଜୟଶ୍ରୀ ପୋଢ଼, ଦେବାଶିଷ ମେହେର, କସ୍ତୁରୀ ରଥ, ହେମନ୍ତ ପ୍ରଧାନ ସହଯୋଗ କରିଥିଲେ। ଏହି ତାଲିମ ଶିବିରରେ ୭୦ଜଣ ସ୍କାଉଟ ମାଷ୍ଟର ଓ ୫୫ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇଥିଲେ। ଶିବିରରେ ସଫଳତାର ସହ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରଞ୍ଜିତ ବେହେରା, ସୁଦର୍ଶନ ନାୟକ, ବ୍ରାହ୍ମଣୀ ଦୀପ, ଚକ୍ରପାଣି ଷଡ଼ଙ୍ଗୀ, ଗୋବିନ୍ଦ ବଗର୍ତି, ସୁଦୀପ୍ତ ଦୀପ, ବୈକୁଣ୍ଠ ଜେନା, ଦନାର୍ଦନ ପାଣ୍ଡେ, ଯୋଗେନ୍ଦ୍ର ପଟେଲ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande