ଭାଣିଜୀ ବାହାଘର ଯିବା ବାଟରେ ବାଇକ୍ ଦୁର୍ଘଟଣା ରେ ମାମୁଁ ମାଇଁ ମୃତ
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଭାଣିଜୀ ବାହାଘରକୁ ଯାଉଥିଲେ ମାମୁ ମାଈ। ବାଟରେ ବାଇକ୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ - ସ୍ତ୍ରୀ ଙ୍କ ଜୀବନ । ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଶାଳଚୁଆ ଘାଟିଠାରେ ବାଇକ୍ ଦୁର୍ଘଟଣା ଘଟି ଚାଲିଗଲା ସ୍ବାମୀ- ସ୍ତ୍ରୀ ଙ୍କ ଜୀବନ । ମୃତକ ଠାକୁରମୁଣ୍ଡା ଥାନା ଜମ
Two dead


କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଭାଣିଜୀ ବାହାଘରକୁ ଯାଉଥିଲେ ମାମୁ ମାଈ। ବାଟରେ ବାଇକ୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ - ସ୍ତ୍ରୀ ଙ୍କ ଜୀବନ । ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଶାଳଚୁଆ ଘାଟିଠାରେ ବାଇକ୍ ଦୁର୍ଘଟଣା ଘଟି ଚାଲିଗଲା ସ୍ବାମୀ- ସ୍ତ୍ରୀ ଙ୍କ ଜୀବନ । ମୃତକ ଠାକୁରମୁଣ୍ଡା ଥାନା ଜମନାଳିଆ ଗାଁ ର କୁର୍ମୁ ମହାନ୍ତ ଓ ରେବତୀ ମହାନ୍ତ । ଉଭୟେ ଆଜି ମଧ୍ଯାନ୍ନରେ ଏକ ବାହାଘର କାମରେ ଆନନ୍ଦପୁର ଥାନା କାଠକଟା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡି ନଥିବାବେଳେ ଭାରସାମ୍ଯ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ପୋଲିସ୍ ସହାୟତାରେ ରେବତୀ ଙ୍କୁ ଓ ଏକ ଆମ୍ବୁଲାନ୍ସ ରେ ସ୍ବାମୀ କର୍ମୁ ଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡକ୍ତର । ଘଟଣାର ତଦନ୍ତ ଆରମ୍ଭ କରିଛି ମହୁଲଡିହା ପୋଲିସ୍ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande