ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ଗିରଫ
ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ଗିରଫ
ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ଗିରଫ


ସମ୍ବଲପୁର, ୨୧, ଏପ୍ରିଲ୍ (ହି.ସ.)

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ମାନସିକ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ତା' ଘରୁ ଆଜି ଗୋବିନ୍ଦପୁର ଥାନା ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ଜଣଙ୍କ ପୀଡ଼ିତାର ଖୋଦ୍ ନିଜ ବଡ଼ବାପା। ଜେରା ବେଳେ ଅଭିଯୁକ୍ତ ଜଣଙ୍କ ମଧ୍ଯ ନିଜ ଦୋଷ ପୋଲିସ ଆଗରେ ସ୍ୱୀକାର କରିଛି । ସୂଚନାଯୋଗ୍ୟ, ଏହି ମାମଲାକୁ ନେଇ ଗତ କିଛିଦିନ ତଳେ ପୋଲିସ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ ଲ୍ୟାବକୁ ପଠାଇଥିଲା। ସେଠାରୁ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande