
କେନ୍ଦ୍ରାପଡା, 21 ଏପ୍ରିଲ୍ (ହି.ସ.) ମାର୍ଶାଘାଇ ବ୍ଲକ ପିକରାଳି କପିଳାମୁନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି ପ୍ରତିବାଦରେ ସୋମବାର ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ କ୍ଷ ସ୍ଥାନୀୟ ଅଂଚଳର ଅଭିଭାବକ,ସଚେତନ ନାଗରିକ ଓ ପୁରାତନ ଛାତ୍ରମାନେ ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ୟ୍ୟ ବିରୁଦ୍ଧରେ ବିଭିନ୍ନ ସ୍ତରରେ ଅଭିଯୋଗ କରି ଆସୁଛନ୍ତି କ୍ଷ ମାତ୍ର ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବ ଏବଂ ଅନିୟମିତତା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଗତ ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷ ଏବଂ ୩ ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ କ୍ଷ ତେଣୁ ସୋମବାର ସକାଳୁ ବିଦ୍ୟାଳୟ ଫାଟକ ନିକଟରେ ଅନଶନ ବ୍ୟାନର ଲଗାଇ ପୁରାତନ ଛାତ୍ର ରାଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଅଭିଭାବକ, ପୁରାତନଛାତ୍ର ଓ ସଚେତନ ନାଗରିକମାନେ ଅନଶନରେ ବସିଥିଲେ କ୍ଷ ଖବର ପାଇ ପାଟକୁରା ଥାନାଅଧିକାରୀ ମହମ୍ମଦ ଜାମସେଦ, ଏସଆଇ ଦୀପ୍ତିରେଖା ରାଉତ ସଦଳବଳେ ପହଞ୍ଚି ଅନଶନକାରୀଙ୍କୁ ବୁଝାସୁଝା କରି ଉଠାଇଥିଲେ କ୍ଷ
---------------
ହିନ୍ଦୁସ୍ଥାନ ସମାଚାର / ରବି