ବାଳାଶ୍ରମରେ ବିବାହ ବାର୍ଷିକୀ ପାଳିଲେ ଇଞ୍ଜିନିୟର ଦମ୍ପତି
ପୁରୀ, ୨୧ ଏପ୍ରିଲ୍ (ହି.ସ.)- ଭୁବନେଶ୍ୱରରେ କାର୍ଯ୍ୟରତ ଇଞ୍ଜିନିୟର ଦମ୍ପତି ତାଙ୍କର ବିବାହ ପ୍ରଥମ ବାର୍ଷିକୀ ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମରେ ପାଳନ କରିଛନ୍ତି। ଇଂ. ବିଜୟାଭାରତୀ ମିଶ୍ର ଓ ଇଂ. ସ୍ମୃତି ରଞ୍ଜନ ପଣ୍ଡାଙ୍କ ଏଭଳି ମାନସିକତାକୁ ଆଗ୍ରହର ସହିତ ଗ୍ରହଣ କରି ସାକାର କରାଇ
ବାଳାଶ୍ରମରେ ବିବାହ ବାର୍ଷିକୀ ପାଳିଲେ ଇଞ୍ଜିନିୟର ଦମ୍ପତି


ପୁରୀ, ୨୧ ଏପ୍ରିଲ୍ (ହି.ସ.)- ଭୁବନେଶ୍ୱରରେ କାର୍ଯ୍ୟରତ ଇଞ୍ଜିନିୟର ଦମ୍ପତି ତାଙ୍କର ବିବାହ ପ୍ରଥମ ବାର୍ଷିକୀ ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମରେ ପାଳନ କରିଛନ୍ତି। ଇଂ. ବିଜୟାଭାରତୀ ମିଶ୍ର ଓ ଇଂ. ସ୍ମୃତି ରଞ୍ଜନ ପଣ୍ଡାଙ୍କ ଏଭଳି ମାନସିକତାକୁ ଆଗ୍ରହର ସହିତ ଗ୍ରହଣ କରି ସାକାର କରାଇଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ପ୍ରୋଗ୍ରାମ ଅଧିକାରୀ ଶୁଭ ନାରାୟଣ ଶତପଥୀ। ବାଳାଶ୍ରମର ଅନ୍ତେବାସୀଙ୍କ ସହ ଉକ୍ତ ଦମ୍ପତି ଉଭୟଙ୍କ ପିତା ମାତାଙ୍କ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପ୍ରାୟ ୩ ଘଣ୍ଟା ଅତିବାହିତ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବରେ ଯୋଗଦେଇ ଦମ୍ପତିଙ୍କ ମାନସିକତାକୁ ଢେର ପ୍ରଶଂସା କରିଥିଲେ। ଜିଲା ଶିଶୁ ମଙ୍ଗଳ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଇଞ୍ଜିନିୟର ଦମ୍ପତି ଵାଳାଶ୍ରମ ପରିସରରେ ଦୁଇଟି ଆମ୍ଵ ଗଛ ଲଗାଇ ଥିଲେ। ସେହି ଦମ୍ପତିଙ୍କ ସହ ଉଭୟଙ୍କ ପିତାମାତା ଓ ପରିବାର ସଦସ୍ୟ କିଛି ଶୁଭେଛୁ ଏକତ୍ର ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ।

ପ୍ରକାଶ ଯୋଗ୍ୟ ଯେ, ଇଂ. ବିଜୟାଭାରତୀ ହେଉଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ରଙ୍କ ଏକମାତ୍ର କନ୍ୟା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande