
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ପ୍ରାକଟ୍ୟ
ଦିବସରେ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସନାତନ ସଂସ୍କୃତିର ପୁନର୍ଜାଗରଣର ପୁରୋଧା, ଅଦ୍ୱୈତ ବେଦାନ୍ତ
ଦର୍ଶନର ମହାନ ପ୍ରବର୍ତ୍ତକ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ପ୍ରାକଟ୍ୟ ଦିବସରେ ଭକ୍ତିପୂତ
ପ୍ରଣାମ ।
ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟରେ ଭାରତୀୟ ଚେତନାକୁ ସୁଦୃଢ଼
କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶାର ପବିତ୍ର ଶ୍ରୀକ୍ଷେତ୍ରରେ ଗୋବର୍ଦ୍ଧନ ପୀଠ
ପ୍ରତିଷ୍ଠା କରି ସେ ଆମ ମାଟିର ଆଧ୍ୟାତ୍ମିକ ବିଭବକୁ ବିଶ୍ୱବନ୍ଦିତ କରିଛନ୍ତି। ଜଗତଗୁରୁଙ୍କ
ଦର୍ଶନରେ ଅନୁପ୍ରାଣିତ ହୋଇ ସାମାଜିକ ସଂହତି ଓ ଜନକଲ୍ୟାଣ ପାଇଁ ବ୍ରତୀ ହେବାକୁ ମୁଁ ସମସ୍ତଙ୍କୁ
ଆହ୍ୱାନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା