
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ମନମୋହନ ସାମଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି, ମାନ୍ୟବର ରାଜ୍ୟସଭା ସାଂସଦ, ସୁଦକ୍ଷ ସଂଗଠକ, ସ୍ଥିତପ୍ରଜ୍ଞ ଜନନେତା ଶ୍ରୀ ମନମୋହନ ସାମଲଙ୍କୁ ଜନ୍ମଦିନ ଅବସରରେ
ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଜ୍ୟର ପ୍ରଗତି ପଥରେ ଆପଣଙ୍କର ସକ୍ରିୟ ସହଭାଗିତା
ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେଉ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଶୁଭ ଅବସରରେ, ଆପଣଙ୍କର ଉତ୍ତମ
ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଏକ
ସୁଖମୟ ନିରାମୟ ଜୀବନ ପାଇଁ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା