ଜାତୀୟ ସିଭିଲ୍ ସର୍ଭିସ୍ ଦିବସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଜାତୀୟ ସିଭିଲ୍ ସର୍ଭିସ୍ ଦିବସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଜାତୀୟ ସିଭିଲ୍ ସର୍ଭିସ୍ ଦିବସ ଅବସରରେ, ଆମେ ସେହି ସ
ଜାତୀୟ ସିଭିଲ୍ ସର୍ଭିସ୍ ଦିବସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା     ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଜାତୀୟ ସିଭିଲ୍ ସର୍ଭିସ୍ ଦିବସରେ ଅଧିକାରୀମାନଙ୍କୁ

ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଜାତୀୟ ସିଭିଲ୍ ସର୍ଭିସ୍ ଦିବସ ଅବସରରେ, ଆମେ ସେହି ସରକାରୀ

କର୍ମଚାରୀମାନଙ୍କର କାର୍ଯ୍ୟକୁ ସ୍ୱୀକାର କରୁଛୁ, ଯେଉଁମାନେ ଭାରତର ଶାସନ ବ୍ୟବସ୍ଥାର ପ୍ରଶାସନିକ ଭିତ୍ତି

ଗଢ଼ିଥାନ୍ତି। ସେମାନଙ୍କର ଭୂମିକା କେବଳ ନୀତି ରୂପାୟଣରେ ସୀମିତ ନୁହେଁ, ବରଂ

ସଂସ୍ଥାଗୁଡ଼ିକରେ ନିରନ୍ତରତା,

ଦାୟିତ୍ୱବୋଧ ଏବଂ

ସାର୍ବଜନୀନ ଆସ୍ଥାକୁ ସୁନିଶ୍ଚିତ କରିବାରେ ମଧ୍ୟ ଅତ୍ୟନ୍ତ ଦରକାରୀ।

ଏହି ଦିନଟି ସେବାଭାବ, ସତ୍ୟନିଷ୍ଠା ଏବଂ ସାର୍ବଜନୀନ ହିତରେ ସ୍ଥିରତା ଓ ଶିଷ୍ଟାଚାର ସହ କାମ

କରିବାର ଦାୟିତ୍ୱକୁ ସ୍ମରଣ କରିବାର ଦିନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande