
ନୂଆଦିଲ୍ଲୀ, ୨୧ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଭିଲ ସେବା
ଦିବସରେ ଦେଶର ସିଭିଲ ସେବକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ବିକଶିତ ଭାରତ’ ପାଇଁ
ରାଷ୍ଟ୍ରସେବା ଏକ ମଜବୁତ ଭିତ୍ତି। ସେ କହିଛନ୍ତି ଯେ ଶେଷ ଧାଡିରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ
ଉନ୍ନତି ପହଞ୍ଚାଇବା ହିଁ ଏକ ସଶକ୍ତ, ସମୃଦ୍ଧ ଏବଂ ସମ୍ବେଦନଶୀଳ ଭାରତ ଗଠନର ଆଧାର।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ
ଏକ ସୁଭାଷିତ ସେୟାର କରି ସିଭିଲ ସେବକମାନଙ୍କୁ ତାଙ୍କ କର୍ତ୍ତବ୍ୟ ଓ ମୂଲ୍ୟବୋଧର ସ୍ମରଣ କରାଇଛନ୍ତି।
ସେ ଲେଖିଛନ୍ତି, “ଶୀଳଂ
ପରହିତାସକ୍ତିଃ ଅନୁତ୍ସେକଃ କ୍ଷମା ଧୃତିଃ। ଅଲୋଭଶ୍ଚେତି ବିଦ୍ୟାୟାଃ ପରିପାକୋଞ୍ଚଳଂ ଫଳମ୍॥”
ଏହି ସୁଭାଷିତର ଅର୍ଥ ହେଉଛି ଯେ ସତ୍ୟ ବିଦ୍ୟାର ପକ୍କା ଫଳ ହେଉଛି ଭଲ ଚରିତ୍ର, ପରହିତ ଭାବନା, ଅହଂକାରର ଅଭାବ, କ୍ଷମା, ଧୈର୍ଯ୍ୟ ଓ ଲୋଭରୁ
ଦୂର ରହିବା।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗୁଣଗୁଡ଼ିକ ହିଁ ଏକ ଆଦର୍ଶ
ସିଭିଲ ସେବକଙ୍କ ପରିଚୟ ଓ ଏହି ମୂଲ୍ୟବୋଧର ଆଧାରରେ ଦେଶକୁ ଆଗକୁ ବଢ଼ାଯାଇପାରିବ। ସେ ସମସ୍ତ
ସିଭିଲ ସେବକଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ଜନସେବାକୁ ସର୍ବୋପରି ରଖି ପ୍ରତ୍ୟେକ ନାଗରିକ
ପର୍ଯ୍ୟନ୍ତ ଉନ୍ନତିର ଲାଭ ପହଞ୍ଚାଇବାର ସଂକଳ୍ପକୁ ଦୋହରାନ୍ତୁ । ସେ କହିଛନ୍ତି ଯେ ସିଭିଲ
ସେବା ଦିବସ ସୁଶାସନ ଓ ରାଷ୍ଟ୍ର ଗଠନ ପ୍ରତି ଆମର ପ୍ରତିବଦ୍ଧତାକୁ ଆଉ ମଜବୁତ କରିବାର ଅବସର।
ସିଭିଲ ସେବକମାନଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ ଜମିସ୍ତରରୁ ନୀତି ଗଠନ ପର୍ଯ୍ୟନ୍ତ ସେମାନଙ୍କ ଉଦ୍ୟମ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରେ
ଓ ଭାରତର ପ୍ରଗତିରେ ମୁଖ୍ୟ ଭୂମିକା ନିଭାଏ। ସେ କହିଛନ୍ତି ଯେ ଦେଶର ସିଭିଲ ସେବକମାନେ
କର୍ତ୍ତବ୍ୟର ସର୍ବୋଚ୍ଚ ମାନକୁ ରକ୍ଷା କରି ଉତ୍କୃଷ୍ଟତା,କରୁଣା ଓ ନବୀନତା
ସହିତ ସେବା କରି ଚାଲିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା