
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଢେଙ୍କାନାଳ ସହ କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଂଟ। ଏଥିପାଇଁ ଜେଏସଡବ୍ଲୁ ଓ ପସ୍କୋ ସହ ଚୁକ୍ତିନାମା ହୋଇଛି। ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନନ୍ତି ଆମ ହାତରେ ଏବେ ୨ ଟି ଷ୍ଟିଲ ପ୍ଲାଂଟ ଅଛି। ୫ ମିଲିୟନ କେନ୍ଦୁଝରରେ ଏବଂ ଢେଙ୍କାନାଳରେ ୬ ମିଲିୟନବିଶିଷ୍ଟ ପ୍ଲାଂଟ ହେବ। ଢେଙ୍କାନାଳରେ ୧୦୦ ଏକର ଜମି ଅଛି ଆହୁରି ଜମି ଆବଶ୍ୟକ ପଡିପାରେ। ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେବେ। ଏହା ସହ ଯାହା ଅନୁମତି ଏବଂ କ୍ଲିୟରାନ୍ସ ଆବଶ୍ୟକ ଠିକ ସମୟରେ ଉପଲବ୍ଧ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା