
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଓକାକ ଟେଣ୍ଡର ଦୁର୍ନୀତିରେ ସଂପୃକ୍ତ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇଟି ପ୍ରିନ୍ସପାଲ ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। କଳା ତାଲିକା ଭୁକ୍ତ ଠକ ଓ ଅସାଧୁ କମ୍ପାନୀକୁ କାମ ଦିଆଯାଇ ତାଙ୍କ ଠାରୁ କୋଟି କୋଟି ଲାଂଚ ନେବାପାଇଁ ମନ୍ତ୍ରୀ ମହାଲିଙ୍ଗ ଓ ଆଇଟି ପ୍ରିନ୍ସପାଲ ସଚିବ ବିଶାଳ ଦେବ ଷଡଯନ୍ତ୍ର କରିଛନ୍ତି। ଯେତେ ସବୁ ଠକ କମ୍ପାନୀ ସେହିମାନେ ବିଶାଳ ଦେବ ଓ ମନ୍ତ୍ରୀ ମହାଲିଙ୍ଗଙ୍କ ସହତ ଘନିଷ୍ଠ ସମ୍ପର୍କ ରଖି ବେଆଇନ ଭାବେ ଓକାକ ଟେଣ୍ଡର ଜିତି ଲାଭବାନ ହେଉଛନ୍ତି। ଓଡ଼ିଶାର ସ୍କୁଲ ଶିକ୍ଷା, ଆଦର୍ଶ ବିଦ୍ୟାଳୟ, ପୌରାଂଚଳ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରଭୃତିରେ ଯଥାକ୍ରମେ ଏଆଇ କ୍ଲାସରୁମ, କମ୍ପ୍ୟୁଟର ଲ୍ୟାବ ଓ ଭିଡିଓ କନଫରେନ୍ସି ଇନଫ୍ରାଷ୍ଟ୍ରଚର କାମ ପାଇଁ ଭିନ୍ନ ଭିନ୍ନ ପ୍ରାୟ ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ବ୍ୟବସ୍ଥାର ଟେଣ୍ଡର ହୋଇସାରିଛି। ମନ୍ତ୍ରୀ ଓ ଆଇଟି ସଚିବ ହରିଲୁଟ କରିବାପାଇଁ ସଂପୂର୍ଣ୍ଣଭାବେ ଷଡଯନ୍ତ୍ର ପସ୍ତୁତ କରି ରଖିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଆଲୋକ ଦାସ, ମହମ୍ମଦ ଗୁଲଫାମ, ଅଭିଜିତ ଜେନା, ବିରଂଚି ବାରିକ, ବଟକୃଷ୍ଣ ରାଉତରାୟ, କାର୍ତିକେଶ୍ୱର କାଣ୍ଡି, ଗଣେଶ ଦାସ, ବାବୁ ଜେନା, ସୁନିଲ ସାହୁ ଗାନ୍ଧୀ, ବଳରାମ ନନ୍ଦ, ରଣଜିତ ସେନାପତି, ଦିଲ୍ଲୀପ ସ୍ୱାଇଁ, ଚିତ୍ତରଞ୍ଜନ ନାୟକ, ସନ୍ଦୀପ ରାଉତରାୟ, ଚନ୍ଦନ ନାୟକ, ଜିନେଶ ତ୍ରିପାଠୀ, ବିଭୂତି ଭୂଷଣ ମହାନ୍ତି, ସଂଗ୍ରାମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା