ଜେ.ଡି.(ୟୁ)ର ନୂଆ ଜାତୀୟ ଦଳ ଘୋଷଣା, ସଞ୍ଜୟ ଝା ପୁଣିଥରେ ହେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ
ପାଟନା, ୨୨ ଏପ୍ରିଲ୍(ହି.ସ.) – ବିହାରର ପ୍ରମୁଖ ରାଜନୈତିକ ଦଳ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ନିଜର ନୂଆ ଜାତୀୟ ଦଳ ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀଶ କୁମାରଙ୍କ ନେତୃତ୍ୱରେ ସଂଗଠନରେ ବଡ଼ ଧରଣର ପରିବର୍ତନ କରାଯାଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପୁନର୍ଗଠନ ଗୁରୁତ୍ୱପୂର୍ଣ
ଜେ.ଡି.(ୟୁ)ର ନୂଆ ଜାତୀୟ ଦଳ ଘୋଷଣା, ସଞ୍ଜୟ ଝା ପୁଣିଥରେ ହେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ


ପାଟନା, ୨୨ ଏପ୍ରିଲ୍(ହି.ସ.) – ବିହାରର ପ୍ରମୁଖ ରାଜନୈତିକ ଦଳ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ନିଜର ନୂଆ ଜାତୀୟ ଦଳ ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀଶ କୁମାରଙ୍କ ନେତୃତ୍ୱରେ ସଂଗଠନରେ ବଡ଼ ଧରଣର ପରିବର୍ତନ କରାଯାଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପୁନର୍ଗଠନ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସଞ୍ଜୟ ଝାଙ୍କୁ ପୁଣିଥରେ ଜେଡିୟୁ ନୂତନ ଦଳରେ ଜାତୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ଜେହାନାବାଦର ପୂର୍ବତନ ସାଂସଦ ଚନ୍ଦେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଛି। ଗୋପାଳଗଞ୍ଜର ସାଂସଦ ଆଲୋକ କୁମାର ସୁମନଙ୍କୁ ଦଳର ଜାତୀୟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ସଂଗଠନ ସମ୍ପ୍ରସାରଣର ଅଂଶବିଶେଷ ସ୍ୱରୂପ ଦଳ ଏଥର ୧୨ ଜଣ ନେତାଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ୮ ଜଣ ନେତାଙ୍କୁ ସଚିବ କରିଛି। ଯେଉଁ ନେତାମାନଙ୍କୁ ସାଧାରଣ ସମ୍ପାଦକ କରାଯାଇଛି ସେମାନଙ୍କ ମଧ୍ୟରେ ମନୀଷ କୁମାର ବର୍ମା, ଆଫାକ ଅହମ୍ମଦ ଖାନ, ଶ୍ୟାମ ରଜକ, ଅଶୋକ ଚୌଧୁରୀ, ରୋଶନ ସିଂହ କୁଶୱାହା, ରାମ ସେବକ ସିଂହ, କବିତା ଦେବୀ, କପିଲ ହଂସଦେବ ପଟେଲ, ରାଜ ସିଂହ ମାନ, ସୁନୀଲ କୁମାର ଓରଫ ଇଞ୍ଜିନିୟର ସୁନୀଲ, ହର୍ଷବର୍ଦ୍ଧନ ସିଂହ ଏବଂ ମୌଲାନା ଗୁଲାମ ରସୁଲ ବଲିୟାଭି ସାମିଲ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande