କାଲି ତାମିଲନାଡୁରେ ମତଦାନ, ପୂରା ରାଜ୍ୟରେ 1.47 ଲକ୍ଷ ପୋଲିସ ବଳ ମୁତୟନ
ଚେନ୍ନାଇ, 22 ଏପ୍ରିଲ (ହି.ସ.)। ତାମିଲନାଡୁରେ ଆସନ୍ତାକାଲି ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ କରାଯାଇଛି। ଗଣତନ୍ତ୍ରର ଏହି ବଡ଼ ପର୍ବରେ 5.73 କୋଟି ମତଦାତା ଅଂଶଗ୍ରହଣ କରିବେ। ଏହି ନିର୍ବାଚନରେ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମ
କାଲି ତାମିଲନାଡୁରେ ମତଦାନ, ପୂରା ରାଜ୍ୟରେ 1.47 ଲକ୍ଷ     ପୋଲିସ ବଳ ମୁତୟନ


ଚେନ୍ନାଇ, 22 ଏପ୍ରିଲ (ହି.ସ.)। ତାମିଲନାଡୁରେ ଆସନ୍ତାକାଲି ହେବାକୁ ଥିବା ବିଧାନସଭା ନିର୍ବାଚନ

ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ କରାଯାଇଛି। ଗଣତନ୍ତ୍ରର ଏହି ବଡ଼ ପର୍ବରେ 5.73 କୋଟି

ମତଦାତା ଅଂଶଗ୍ରହଣ କରିବେ। ଏହି ନିର୍ବାଚନରେ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ମିଶାଇ

ମୋଟ 4,618 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଚାର ଅଭିଯାନ ମଙ୍ଗଳବାର ସନ୍ଧ୍ୟା

6ଟାରେ ସମାପ୍ତ ହୋଇଯାଇଛି। ସମଗ୍ର ତାମିଲନାଡୁରେ ପ୍ରାୟ 75,032ଟି ମତଦାନ କେନ୍ଦ୍ର ସ୍ଥାପିତ

କରାଯାଇଛି। ଏହାମଧ୍ୟରୁ 3,022 ସ୍ଥାନରେ ଅବସ୍ଥିତ 5,938ଟି ମତଦାନ କେନ୍ଦ୍ରକୁ ସମ୍ବେଦନୀଳ ଘୋଷଣା

କରାଯାଇଛି।

ଏହି କେନ୍ଦ୍ରଗୁଡ଼ିକରେ କୌଣସି ଅପ୍ରିୟ ଘଟଣାକୁ ରୋକିବା

ପାଇଁ ସସ୍ତ୍ରସଜ୍ଜିତ ଅର୍ଦ୍ଧସାମରିକ ବଳ ଏବଂ ତାମିଲନାଡୁ ବିଶେଷ ପୋଲିସ ବଳକୁ ମୁତୟନ

କରାଯାଇଛି।

ମତଦାନ ଦିନରେ ସମଗ୍ର ରାଜ୍ୟରେ ପୋଲିସ, ଅର୍ଦ୍ଧସାମରିକ ବଳ, ଅଗ୍ନିଶମ ବିଭାଗ, ଜେଲ ବିଭାଗ, ବନ ବିଭାଗ, ହୋମଗାର୍ଡ ଓ ଅବସରପ୍ରାପ୍ତ ସେନାସଦସ୍ୟମାନଙ୍କୁ ମିଶାଇ ପ୍ରାୟ 1.47 ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ

ହେବେ। ଏହା ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ପ୍ରାୟ 295ଟି କମ୍ପାନୀରୁ ପ୍ରାୟ 23,000 ଅର୍ଦ୍ଧସାମରିକ ଜବାନ ତାମିଲନାଡୁରେ ପହଞ୍ଚିଛନ୍ତି। ଏଥିରେ 26,203 ଇନ୍ସପେକ୍ଟର, ସବ୍-ଇନ୍ସପେକ୍ଟର, ବିଶେଷ ସବ୍-ଇନ୍ସପେକ୍ଟର ଓ 94,598 ହେଡ୍ କନଷ୍ଟେବଲ ଓ ପୋଲିସ

କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande