ପହେଲଗାମ ଆକ୍ରମଣକୁ ବର୍ଷେ ପୂର୍ତ୍ତି, ମୃତକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, 22 ଏପ୍ରିଲ୍ (ହି.ସ.)- ପହେଲଗାମ ଆକ୍ରମଣରେ ବର୍ଷେ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ ଆଜିର ଘଟିଥିବା ପହେଲଗାମ ଆତଙ୍କବାଦୀ
ପିଏମ


ନୂଆଦିଲ୍ଲୀ, 22 ଏପ୍ରିଲ୍ (ହି.ସ.)- ପହେଲଗାମ ଆକ୍ରମଣରେ ବର୍ଷେ ପୂରିଛି । ଏହି

ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ

ଆଜିର ଘଟିଥିବା ପହେଲଗାମ ଆତଙ୍କବାଦୀ ଆକ୍ରମଣରେ ନିର୍ଦୋଷ ଜୀବନ ହାରାଇଥିବାମାନଙ୍କୁ ଆଜି ସ୍ମରଣ

କରୁଛୁ। ସେମାନଙ୍କୁ କେବେ ମଧ୍ୟ ଭୁଲି ହେବ ନାହିଁ। ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ

ଦେଶ ସର୍ବଦା ମନେ ରଖିବ । ଏହି ଦୁଃଖଦ ହାନି ସହିଥିବା ପରିବାରକୁ ମୁଁ ସମବେଦନା ଜଣାଉଛି ।

ଆମେ ଦୁଃଖ ସମୟରେ ଏକତ୍ରିତ ରହି ପରସ୍ଥିତି ମୁକାବିଲା କରିଛୁ

। ଆତଙ୍କୀ ମାନଙ୍କ ସମ୍ମୁଖରେ ଭାରତ କଦାପି ମୁଣ୍ଡ ନୁଆଁଇବ ନାହିଁ । ଆତଙ୍କବାଦୀମାନଙ୍କର ଘୃଣ୍ୟ

ଚକ୍ରାନ୍ତ କେବେ ସଫଳ ହେବ ନାହିଁ ବୋଲି ପିଏମ ମୋଦି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande