
କୋଲକାତା, ୨୪ ଏପ୍ରିଲ (ହି.ସି.)। ପଶ୍ଚିମ ବଙ୍ଗର ନିର୍ବାଚନୀ ରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ଝାରଗ୍ରାମରେ ଝାଲମୁଢି ଖାଇବା ପରେ ଶୁକ୍ରବାର ସକାଳେ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। କୋଲକାତାର ଗଙ୍ଗା ଘାଟରେ ସେ
ନୌକା ଭ୍ରମଣ କରିଥିଲେ ଏବଂ ସେଠାରେ ଥିବା ଲୋକମାନଙ୍କ ସହିତ ଭେଟିଥିଲେ। ଗଙ୍ଗା ଘାଟରେ ହଠାତ୍
ପହଞ୍ଚିଥିବା ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମିଯାଇଥିଲା।
ପ୍ରୋଟୋକଲକୁ ଅତିକ୍ରମ କରି ସେ ଲୋକମାନଙ୍କ ସହିତ ଭେଟିଥିଲେ, କଥାହେଲେ ଏବଂ ଜଣେ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ
ବ୍ୟକ୍ତି ନିଜ ଜୀବନର ସମସ୍ୟାଗୁଡ଼ିକ କହି ଭାବୁକ ହୋଇପଡ଼ିଥିଲେ। ତାଙ୍କର ଏହି ଫଟୋ ସୋସିଆଲ୍
ମିଡିଆରେ ଭାଇରାଲ୍ ହୋଇଛି।
ଗୁରୁବାର ନଦିଆ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଜନସଭାକୁ
ସମ୍ବୋଧନ କରିବା, ବେଲୁର ମଠରେ ଦର୍ଶନ କରିବା ଏବଂ ହାୱଡାରେ ଭବ୍ୟ ରୋଡ୍ ଶୋ
କରିବା ପରେ ପ୍ରଧାନମନ୍ତ୍ରୀ ରାତ୍ରି ରହଣି ରାଜଭବନ (ଲୋକଭବନ)ରେ କରିଥିଲେ। ସକାଳ ହେବା ପୂର୍ବରୁ
ସେ ଗଙ୍ଗା ନଦୀ କୂଳକୁ ପହଞ୍ଚିଥିଲେ ଏବଂ ମା ଗଙ୍ଗାଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ।
ସେ ନୌକା ଭ୍ରମଣ ମଧ୍ୟ କରିଥିଲେ ଏବଂ ହାତରେ କ୍ୟାମେରା ଧରି
ନଦୀ କୂଳ,
ହାୱଡା ସେତୁ ଏବଂ ଚାରିପାଖର ସୁନ୍ଦର ଦୃଶ୍ୟଗୁଡ଼ିକୁ ଧରିଥିଲେ। ତାଙ୍କର ଏହି ଫଟୋଗୁଡ଼ିକ
ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଫଟୋ ସେୟାର କରି କହିଛନ୍ତି ଯେ, ପ୍ରତ୍ୟେକ ବଙ୍ଗବାସୀଙ୍କ ମନରେ ଗଙ୍ଗାର ବିଶେଷ ସ୍ଥାନ ରହିଛି। ସେ କହିଛନ୍ତି ଯେ ଗଙ୍ଗା
କେବଳ ଏକ ନଦୀ ନୁହେଁ, ବରଂ ବଙ୍ଗର ଆତ୍ମାରେ ବହୁଥିବା
ସାଂସ୍କୃତିକ ଧାରା। ମା ଗଙ୍ଗାଙ୍କ ପବିତ୍ର ଜଳ ନିଜ ସହିତ ଏକ ସମ୍ପୂର୍ଣ୍ଣ ସଭ୍ୟତାର ଚିରସ୍ଥାୟୀ
ଚେତନାକୁ ଧରିଛି
ଗଙ୍ଗା କୂଳରେ ସମୟ କାଟିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
ସ୍ଥାନୀୟ ନୌକାଚାଳକ ଏବଂ ସକାଳେ ବୁଲୁଥିବା ଲୋକମାନଙ୍କ ସହିତ ମଧ୍ୟ ଭେଟିଥିଲେ। ସେ ନୌକାଚାଳକମାନଙ୍କର
ପରିଶ୍ରମ,
ଶିଷ୍ଟତା ଏବଂ କର୍ମଠତାକୁ ପ୍ରଶଂସା କରି ସେମାନଙ୍କୁ ପ୍ରେରଣାଦାୟକ ବୋଲି କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା