ପଶ୍ଚିମବଙ୍ଗର ପରବର୍ତୀ ମୁଖ୍ୟମନ୍ତ୍ରୀ ଜଣେ ବିଜେପି କର୍ମୀ ହେବେ, ମମତାଙ୍କ ପୁତୁରା ନୁହଁନ୍ତି : ଅମିତ ଶାହା
କୋଲକାତା, ୨୪ ଅପ୍ରେଲ (ହି.ସ.)- ଅପ୍ରେଲ ୨୩ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ବିପୁଳ ମତଦାନ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ଏହା ପରିବର୍ତନର ସଂକେତ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୧୫୨ ରୁ ୧୧୦ ରୁ ଅଧିକ ଆସନ ଜିତିବାକ
ପଶ୍ଚିମବଙ୍ଗର ପରବର୍ତୀ ମୁଖ୍ୟମନ୍ତ୍ରୀ ଜଣେ ବିଜେପି କର୍ମୀ ହେବେ, ମମତାଙ୍କ ପୁତୁରା ନୁହଁନ୍ତି : ଅମିତ ଶାହା


କୋଲକାତା, ୨୪ ଅପ୍ରେଲ (ହି.ସ.)- ଅପ୍ରେଲ ୨୩ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ବିପୁଳ ମତଦାନ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ଏହା ପରିବର୍ତନର ସଂକେତ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୧୫୨ ରୁ ୧୧୦ ରୁ ଅଧିକ ଆସନ ଜିତିବାକୁ ଯାଉଛି । ସେ କହିଛନ୍ତି ଯେ, ରାଜ୍ୟର ଲୋକମାନେ ଏଥର ପରିବର୍ତନ ପାଇଁ ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ଅମିତ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିପୁଳ ମତଦାନ ସ୍ପଷ୍ଟ ରୂପେ ପରିବର୍ତନର ସମର୍ଥନରେ ପଡିଥିବା ଭୋଟ୍ । ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ଭୋଟରମାନେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ଗୁଜବ ପ୍ରଚାର କରାଯାଉଛି ଯେ, ଯଦି ବିଜେପି କ୍ଷମତାକୁ ଆସେ ତେବେ ବାହାର ଲୋକମାନେ ଶାସନ କରିବେ । ସେ କହିଥିଲେ ଯେ, ପଶ୍ଚିମବଙ୍ଗର ପରବର୍ତୀ ମୁଖ୍ୟମନ୍ତ୍ରୀ ବଙ୍ଗଳାରେ ଜନ୍ମିତ, ବଙ୍ଗଳା ମାଧ୍ୟମରେ ଶିକ୍ଷିତ ଏବଂ ବଙ୍ଗଳା ଭାଷାରେ କଥା ହେଉଥିବା ଜଣେ ବ୍ୟକ୍ତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ନୁହେଁ ବରଂ ବିଜେପିର ଜଣେ କର୍ମୀ ହେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande