ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ହେଲା 114, ବିଲୟକୁ ମଂଜୁରୀ ପ୍ରଦାନ କଲେ ସଭାପତି
ନୂଆଦିଲ୍ଲୀ, 27 ଏପ୍ରିଲ (ହି.ସ.)। ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଶକ୍ତି ଆହୁରି ବଢ଼ିଛି। ଆମ ଆଦମୀ ପାର୍ଟି (ଆଆପ୍) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଘବ ଚଡ଼୍ଡାଙ୍କ ସହିତ ସାତ ଜଣ ସାଂସଦଙ୍କୁ ରାଜ୍ୟସଭାର ସଭାପତି ସି.ପି. ରାଧାକୃଷ୍ଣନ ଔପଚାରିକ ଅନୁମୋଦନ
ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ହେଲା 114, ବିଲୟକୁ ମଂଜୁରୀ     ପ୍ରଦାନ କଲେ ସଭାପତି


ନୂଆଦିଲ୍ଲୀ, 27 ଏପ୍ରିଲ (ହି.ସ.)। ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି (ବିଜେପି)ର

ଶକ୍ତି ଆହୁରି ବଢ଼ିଛି। ଆମ ଆଦମୀ ପାର୍ଟି (ଆଆପ୍) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଘବ ଚଡ଼୍ଡାଙ୍କ

ସହିତ ସାତ ଜଣ ସାଂସଦଙ୍କୁ ରାଜ୍ୟସଭାର ସଭାପତି ସି.ପି. ରାଧାକୃଷ୍ଣନ ଔପଚାରିକ ଅନୁମୋଦନ

ଦେଇଛନ୍ତି। ଏହା ପରେ ରାଜ୍ୟସଭାରେ ଭାଜପା ସାଂସଦଙ୍କ ସଂଖ୍ୟା 106ରୁ ବଢ଼ି 113 ହୋଇଯାଇଛି।

ସୋମବାର ରାଜ୍ୟସଭା ସଚିବାଳୟ ଦ୍ୱାରା ସଦନରେ ସମସ୍ତ ଦଳର ସାଂସଦଙ୍କ

ଅଦ୍ୟତନ ତାଲିକା ଜାରି କରାଯାଇଥିଲା, ଯେଉଁଥିରେ ଏହି ସାତ ନେତାଙ୍କ ନାମ ଭାଜପା ସାଂସଦମାନଙ୍କ ତାଲିକାରେ

ସମ୍ମିଳିତ କରାଯାଇଛି। ଏଥିରେ ଭାଜପାକୁ ଉଚ୍ଚ ସଦନରେ ଆଉ ଅଧିକ ରାଜନୈତିକ ଶକ୍ତି ମିଳିଛି।

ଉଲ୍ଲେଖନୀୟ ଯେ, 24 ଏପ୍ରିଲରେ ଆମ ଆଦମୀ ପାର୍ଟି ଛାଡ଼ି ଭାଜପାରେ ଯୋଗ ଦେଇଥିବା

ସାଂସଦମାନଙ୍କ ମଧ୍ୟରେ ରାଘବ ଚଡ୍ଡା, ଅଶୋକ କୁମାର ମିତ୍ତଲ, ହରଭଜନ ସିଂହ, ସନ୍ଦୀପ କୁମାର ପାଠକ, ଡ଼ା. ବିକ୍ରମଜିତ ସିଂହ ସାହନୀ, ସ୍ୱାତି ମାଲିୱାଲ ଓ ରାଜିନ୍ଦର ଗୁପ୍ତା ଅନ୍ତର୍ଭୁକ୍ତ

ଅଛନ୍ତି। ସେମାନେ ସମସ୍ତେ ବର୍ତ୍ତମାନ ଔପଚାରିକ ଭାବେ ଭାଜପା ସାଂସଦୀୟ ଦଳର ଅଂଶ ହୋଇଯାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande