ମଇ ୪ ପରେ ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ଆରମ୍ଭ ହେବ ରୋଜଗାର ସହିତ ଜଡ଼ିତ ପାଂଚ କାମ- ନରେନ୍ଦ୍ର ମୋଦୀ
ବାରାକପୁର, ୨୭ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗରେ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ବାରାକପୁରରେ ରୋଡ ସୋ ପରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ, ମଇ ୪ ତାରିଖ ପରେ ପଶ୍ଚିମବଙ୍ଗରେ ରୋଜଗାର ସହିତ ଜଡ଼
ମଇ ୪ ପରେ ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ଆରମ୍ଭ ହେବ ରୋଜଗାର ସହିତ ଜଡ଼ିତ ପାଂଚ କାମ- ନରେନ୍ଦ୍ର ମୋଦୀ


ବାରାକପୁର, ୨୭ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗରେ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ବାରାକପୁରରେ ରୋଡ ସୋ ପରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ, ମଇ ୪ ତାରିଖ ପରେ ପଶ୍ଚିମବଙ୍ଗରେ ରୋଜଗାର ସହିତ ଜଡ଼ିତ ପାଂଚଟି କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହେବ ।

ସର୍ବପ୍ରଥମେ, ପଶ୍ଚିମବଙ୍ଗରେ ସରକାରୀ ନିଯୁକ୍ତି ଘୋଷଣା ସମୟୋଚିତ ଓ ସ୍ୱଚ୍ଛ ଢଙ୍ଗରେ କରାଯିବ ଏବଂ ଯୁବକମାନଙ୍କୁ ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦ୍ୱିତୀୟତଃ, ସମସ୍ତ ଖାଲି ପଦବୀ ଶୀଘ୍ର ପୂରଣ କରାଯିବ । ସରକାରୀ କର୍ମଚାରୀମାନେ ତୃଣମୂଳ କଂଗ୍ରେସର ଭୟରୁ ମୁକ୍ତ ହେବେ । ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ସମ୍ପୂର୍ଣ୍ଣ ଲାଭ ପାଇବେ ।

ତୃତୀୟତଃ, ସୃଜନଶୀଳ ଅର୍ଥବ୍ୟବସ୍ଥା ବିକଶିତ ହେବ । ପଶ୍ଚିମବଙ୍ଗର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ବିଷୟବସ୍ତୁ ସୃଷ୍ଟି ପ୍ରୟୋଗଶାଳା ପ୍ରତିଷ୍ଠା କରିବା ଲାଗି କାର୍ଯ୍ୟ କରାଯିବ ।

ଚତୁର୍ଥରେ, ଗ୍ରାମାଚଂଳରେ ୧୨୫ ଦିନର ନିଯୁକ୍ତି ସୁନିଶ୍ଚିତ କରାଯିବ । ବିଜେପି ସରକାର ଭିବି-ଜି ରାମଜୀ ଆଇନ ଲାଗୁ କରିବ, ଯାହା ଗ୍ରାମାଚଂଳରେ ନିଯୁକ୍ତି ଯୋଗାଇବ । ଏହା ବ୍ୟତୀତ ଏଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସମ୍ପଦ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande