ଝୁମ୍ପୁରା ବ୍ଲକ ନହବେଡାରେ ଆମ ଆଦମୀ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
କେନ୍ଦୁଝର, 28 ଏପ୍ରିଲ୍ (ହି.ସ.) ଆଜି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ଠାରେ ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଝୁମ୍ପୁରା ବ୍ଲକ ସଭାପତି ଦିଲେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ନହବେଡା, ଖେଣ୍ଡରା ଓ ବଡ଼ବିଲ ଅଞ୍ଚଳର ଶତାଧିକ
Aap metting


କେନ୍ଦୁଝର, 28 ଏପ୍ରିଲ୍ (ହି.ସ.) ଆଜି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ଠାରେ ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଝୁମ୍ପୁରା ବ୍ଲକ ସଭାପତି ଦିଲେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ନହବେଡା, ଖେଣ୍ଡରା ଓ ବଡ଼ବିଲ ଅଞ୍ଚଳର ଶତାଧିକ କର୍ମୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଆଦମୀ ପାର୍ଟିରେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପ୍ରଭାରୀ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ ଯୋଗଦେଇ ନୂତନ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ଅବସରରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ, ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ, କେନ୍ଦୁଝର ନିର୍ବାଚନ ମଣ୍ଡଳ ସଭାପତି ଜୟକୃଷ୍ଣ ନାଏକ, ଜିଲ୍ଲା ସମ୍ପାଦକ ଶଶାଙ୍କ ଶେଖର ସାହୁ, ଜିଲ୍ଲା କୋଷାଧକ୍ଷ ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ନୂତନଭାବେ ଯୋଗଦେଇଥିବା ଡମ୍ବରୁଧର ମହାନ୍ତଙ୍କୁ ଝୁମ୍ପୁରା ବ୍ଲକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଝରଣା ନାଏକଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି, ସୁମିତ୍ରା ପ୍ରଧାନଙ୍କୁ ବଡ଼ବିଲ ଓ ଯୋଡ଼ା ମୁନିସିପାଲିଟି ମହିଳା ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ନିକଟରେ ଦଳରେ ଯୋଗଦେଇଥିବା ସରୋଜ ନାୟକଙ୍କୁ ଜିଲ୍ଲା ନିର୍ବାଚନ ସଂଗଠକ ପରିଚାଳକ ଭାବେ ନିଯୁକ୍ତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଭବାନୀ ଶଙ୍କର ମହାନ୍ତ, କମଲ ଲୋଚନ ମହାନ୍ତ, ଦାଶରଥି ମହାନ୍ତ, ଭଂଜକିଶୋର ମହାନ୍ତ, ଚକ୍ରଧର ମହାନ୍ତ ଓ ଦୀପକ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande