ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଜୟନ୍ତୀ ଓ ଅଧିବକ୍ତା ଦିଵସ ପାଳିତ
କେନ୍ଦୁଝର, 28 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜ଼ିଲ୍ଲା ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ୧୭୮ ତମ ଜୟନ୍ତୀ ଓ ଅଧିବକ୍ତା ଦିବସ ମହା ଆଡମ୍ବରରେ ସଭାପତି ଆଲୋକ କୁମାର ମହାନ୍ତଙ୍କ ସଭାପତିତ୍ୱରେ କେନ୍ଦୁଝର ଓକିଲ ସଂଘ ପରିସରରେ ପାଳିତ ହୋଇଯାଇଅଛି l ଉକ୍ତ ଉତ୍ସବରେ ସର୍ବପ୍ରଥମେ ଓକିଲ ସଂଘ
Adhibakta dibas


କେନ୍ଦୁଝର, 28 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜ଼ିଲ୍ଲା ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ୧୭୮ ତମ ଜୟନ୍ତୀ ଓ ଅଧିବକ୍ତା ଦିବସ ମହା ଆଡମ୍ବରରେ ସଭାପତି ଆଲୋକ କୁମାର ମହାନ୍ତଙ୍କ ସଭାପତିତ୍ୱରେ କେନ୍ଦୁଝର ଓକିଲ ସଂଘ ପରିସରରେ ପାଳିତ ହୋଇଯାଇଅଛି l ଉକ୍ତ ଉତ୍ସବରେ ସର୍ବପ୍ରଥମେ ଓକିଲ ସଂଘ ଓ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁ ଓ ଅନ୍ୟାନ୍ୟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ଏହାପରେ ସଂଘ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନ ଓ ଓକିଲାତି ବୃତ୍ତି ପ୍ରତି ତାଙ୍କର ନିଷ୍ଠା,ଅବଦାନ ଓ ପ୍ରତିବଦ୍ଧତା ସମ୍ପର୍କରେ ବରିଷ୍ଠ ଅଧିବକ୍ତା ଅଶ୍ୱିନ ପଟ୍ଟନାୟକ,ଦୁଷ୍ମନ୍ତ କୁମାର ଜେନା,ତୁଷାର ସାମନ୍ତ,ଅନ୍ତର୍ଯ୍ୟାମି ସାହୁ, ପତିତପାବନ ନାଥ, ଦେବାଶିଷ ପତି ଆଦି ଆଲୋକପାତ କରିବା ସାଙ୍ଗକୁ ପ୍ରତ୍ୟେକ ଅଧିବକ୍ତା ମାନେ ମଧୁବାବୁଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆଲୋକ ପାତ କରିଥିଲେ l ଅଧିବାକ୍ତ ମାନେ ନିଜର ଓକିଲାତି ପେସା ସାଙ୍ଗକୁ ସମାଜ ଗଠନରେ ସବୁସମୟରେ ପ୍ରମୁଖ ଭୂମିକା ନେଉଥିଲା ବେଳେ, ସରକାରି ସ୍ଥରରେ ଆଇନଜୀବି ମାନଙ୍କ ପ୍ରରି ବୈମାତୃକ ମନଭାବ ପୋଷଣ କରାଯାଉଥିବା ବିଷୟରେ ଆଲୋକପାତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ସିଧେଶ୍ୱର ମିଶ୍ର ଓ ପ୍ରତିଭାରାଣୀ ମିଶ୍ର ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଂଘ ପରିସରରେ କେନ୍ଦୁଝର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଓକିଲ ସଙ୍ଘର ସମ୍ପାଦକ ଅନ୍ତର୍ଯ୍ୟାମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande