
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ବିଜେଡି ଓ କଂଗ୍ରେସର ମେଂଟ ପ୍ରସଙ୍ଗରେ କଟାକ୍ଷ କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିଜେଡି ଓ କଂଗ୍ରେସ ଚୋରା ପୀରତି ଆଉ ନ କରି ସିଧା ସିଧା ବିବାହ କରି ଦିଅନ୍ତୁ। ଭକ୍ତ ବି ଆହ୍ୱାନ ଦେଲେ ବିଜେଡିକୁ ମେଂଟ ପାଇଁ ବିଜେଡି ତାକୁ ବି ଅସ୍ୱୀକାର କଲାନାହିଁ । ଏଇଠୁ ସ୍ପଷ୍ଟ ହେଉଛି କି ଉଭୟଙ୍କର ମେଂଟ ପାଇଁ ଇଚ୍ଛା ଅଛି । ମୁଁ ସଭାପତି ଥିବା ସମୟରେ ଆମେ ବିଜେଡି ଠାରୁ ମେଂଟ ଭାଙ୍ଗି ଥିଲୁ ଆଉ ରାଜ୍ୟପାଳଙ୍କୁ ଭେଟି ବିଜେଡି ତାର ସଂଖ୍ୟା ଗରିଷ୍ଠତା କରନ୍ତୁ ବୋଲି ଦାବି କରିଥିଲୁ କିନ୍ତୁ ସେହି ସମୟରେ କଂଗ୍ରେସ ବିଜେଡିକୁ ବିଧାନସଭାରେ ପରୋକ୍ଷରେ ସମର୍ଥନ କରିଥିଲା । ବିଧାନସଭାରୁ ଅନୁପସ୍ଥିତ ରହି କଂଗ୍ରେସ ନୀରବ ସମର୍ଥନ କରିଥିଲା। ଆମ ସହ ବିଜେଡି ମେଂଟ କରିଥିଲେ ବି ସେ କଂଗ୍ରେସ ସହ ସେତେବେଳେ ଚୋରା ପୀରତି କରିଥିଲେ । ବିଜେଡିର ଅବସ୍ଥା ଏମିତି ହେଲାଣି କି ମେଂଟ ପାଇଁ ଯେଉଁ ଦଳ ଡାକରା ଦେଉଥିଲା ସେ ଆଜି ତାକୁ ଗ୍ରହଣ କରୁ ନାହାନ୍ତି । ବିଜେଡି ଗୋଡ ତଳକୁ ତଳ ଯାଉଛି । ବିଜେଡିକୁ କିଏ କହୁଥିଲା ବିଧାୟକଙ୍କୁ ନିଲମ୍ବନ କରିବାକୁ । ବିଜେଡି ପାଠ ପଢିନି ଏବେ ପଢ଼ୁ । ୨୪ବର୍ଷ ଆରାମରେ ଶାସନ କରିଦେଲା କିନ୍ତୁ କିଛି ଅଧ୍ୟୟନ କଲା ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା