କେନ୍ଦୁଝର ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- କେନ୍ଦୁଝରରେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଆସିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବିଜେଡି । ଏନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ବିଜେଡି କହିଛ
tyi


ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- କେନ୍ଦୁଝରରେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଆସିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବିଜେଡି । ଏନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି।

ବିଜେଡି କହିଛି କେନ୍ଦୁଝର ଜିଲ୍ଲାର ଗରିବ ଆଦିବାସୀ ଜିତୁ ମୁଣ୍ଡାଙ୍କ ସହ ଘଟିଥିବା ଘଟଣା ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅମାନବୀୟ ଚେହେରାକୁ ଦର୍ଶାଉଛି। ଏହି ଘଟଣାକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦୃଢ଼ ହସ୍ତକ୍ଷେପ ଦାବି କରିଛନ୍ତି। ବ୍ୟାଙ୍କିଙ୍ଗ ନିୟମ ଓ ବାସ୍ତବ ସ୍ଥିତି ମଧ୍ୟରେ ଥିବା ଏହି ବ୍ୟବଧାନ ଦୂର ହେବା ଜରୁରୀ। କୌଣସି ବି ଭାରତୀୟ ନିଜର ହକ୍ ପାଇଁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ସେ ଦର୍ଶାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande