ଭାଗବତ ଗୀତା ର ପ୍ରଚାର ପ୍ରସାର
ଜୟପୁର , 28 ଏପ୍ରିଲ୍ (ହି.ସ.)ତ୍ରିମତ ଏକୈକ ଗୁରୁ, ଚାଂଚଲ୍ୟ ସୃଷ୍ଟିକାରୀ ରଚୟିତା, ତ୍ରୈତ ସିଦ୍ଧାନ୍ତ ଆଦିକର୍ତା ଶ୍ରୀଶ୍ରୀଶ୍ରୀ ଆଚାର୍ଯ୍ୟ ପ୍ରବୋଧାନନ୍ଦ ଯୋଗୀଶ୍ୱରଙ୍କ ଦିବ୍ୟ ଆଶିଷରେ ଏବର୍ଷ ଖରାଛୁଟିରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ତ୍ରୈତ ସିଦ୍ଧାନ୍ତ ଭଗବଦ୍ ଗୀତା ଏବଂ ତ୍ରୈତ ସିଦ୍ଧାନ୍ତ
ଭାଗବତ ଗୀତା ର ପ୍ରଚାର ପ୍ରସାର


ଜୟପୁର , 28 ଏପ୍ରିଲ୍ (ହି.ସ.)ତ୍ରିମତ ଏକୈକ ଗୁରୁ, ଚାଂଚଲ୍ୟ ସୃଷ୍ଟିକାରୀ ରଚୟିତା, ତ୍ରୈତ ସିଦ୍ଧାନ୍ତ ଆଦିକର୍ତା ଶ୍ରୀଶ୍ରୀଶ୍ରୀ ଆଚାର୍ଯ୍ୟ ପ୍ରବୋଧାନନ୍ଦ ଯୋଗୀଶ୍ୱରଙ୍କ ଦିବ୍ୟ ଆଶିଷରେ ଏବର୍ଷ ଖରାଛୁଟିରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ତ୍ରୈତ ସିଦ୍ଧାନ୍ତ ଭଗବଦ୍ ଗୀତା ଏବଂ ତ୍ରୈତ ସିଦ୍ଧାନ୍ତ ସମ୍ବନ୍ଧୀୟ ଗ୍ରନ୍ଥାବଳୀର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଭକ୍ତମାନେ ଖୋରଧା, ବ୍ରହ୍ମପୁର, ରାୟଗଡା, ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖପାଟଣାରୁ ସ୍ୱଖର୍ଚ୍ଚରେ ଆସି ଯୋଗ ଦେଇଛନ୍ତି । ଜୟପୁର, କୁନ୍ଦ୍ରା, କୋଟପଡ, ବୋରିଗୁମା, ଦସମନ୍ଥପୁର, ଲକ୍ଷ୍ମୀପୁର, ନାରାୟଣ ପାଟଣା, ବନ୍ଧୁଗାମ୍, ସିମିଳିଗୁଡା, ପୋଟାଙ୍ଗି, ନନ୍ଦପୁର, ଲମତାପୁଟ, ବୈପାରିଗୁଡା ଇତ୍ୟାଦି ଅଂଚଳର ଘରେ ଘରେ ବୁଲି ଭକ୍ତମାନେ ତୈତ ସିଦ୍ଧାନ୍ତ ବାବଦରେ ଅବଗତ କରାଇ, ହିନ୍ଦୁଧର୍ମର ୪ର୍ଥତମ ସିଦ୍ଧାନ୍ତ ହୋଇଥିବା ତ୍ରୈତ ସିଦ୍ଧାନ୍ତ ଜ୍ଞାନ ଦ୍ୱାରା ମଣିଷ ସଦୃଢ ସମାଜ ସ୍ଥାପନ କରିପାରିବା ସହିତ ଜୀବନର ଚରମ ଲକ୍ଷ୍ୟରେ ପହଂଚିପାରିବ ବୋଲି ଜଣାଇଛନ୍ତି । ଇନ୍ଦୁଶ୍ରୀ ଶଙ୍କର ରାଓ, ଇନ୍ଦୁଶ୍ରୀ ବିଶ୍ୱେଶ୍ୱର ରାଓ, ରଘୁନାଥ ମାନସିଂହ, ତ୍ରିନାଥ, ରାମନାୟିଡୁ ଇତ୍ୟାଦି ବିଭିନ୍ନ ଜିଲ୍ଲାର କମିଟି ଅଧ୍ୟକ୍ଷମାନଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିବା ଭକ୍ତମାନେ ଓଡିଆ ଭାଷାରେ ଅନୁବାଦିତ ତ୍ରୈତ ସିଦ୍ଧାନ୍ତ ଗ୍ରନ୍ଥାବଳୀର ପ୍ରଚାର ପ୍ରସାର କରିବା ଆମ ପାଇଁ ଏକ ଦୈବସେବା ବୋଲି କହିଛନ୍ତି । ତ୍ରୈତ ସିଦ୍ଧାନ୍ତ ସମ୍ବନ୍ଧୀୟ କୌଣସି ଗ୍ରନ୍ଥରେ ମଧ୍ୟ ଏହି ସିଦ୍ଧାନ୍ତର ମହତ୍ୱକୁ ଜାଣିହେବ, ତ୍ରୈତ ସିଦ୍ଧାନ୍ତ ଭଗବଦ୍ ଗୀତା ଦ୍ୱାରା ଧର୍ମାନ୍ଧତା ଦୂରହୋଇ ମଣିଷ ବାସ୍ତବ ମୋକ୍ଷ ମାର୍ଗରେ ଯାଇପାରିବ, ଏକୈକ ତ୍ରୈତ ସିଦ୍ଧାନ୍ତ ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ମଧ୍ୟ ଭକ୍ତମାନେ ଦୃଢକଣ୍ଠରେ ଜଣାଇଛନ୍ତି । ଏପ୍ରିଲ୍ ୨୭ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande