
ନୂଆପଡ଼ା, ୨୮ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡେ଼ନ ଠାରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚl ତରଫରୁ ସରକାରଙ୍କର ସଂରକ୍ଷଣ ନୀତିକୁ ଇଣ୍ଡି ମେଣ୍ଟର ବିରୋଧରେ ଜନ ଆକ୍ରୋଶ ସମାବେଶ ଓ ରାଲି ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି କାର୍ଯ୍ୟକର୍ତ୍ତା ଓ ଶତାଧିକ ମହିଳା ସଂଗଠିତ ହୋଇଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ ଓ ମମତା ବାନାର୍ଜିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ଅତୀନ୍ଦ୍ର ସିଂ, ଲମ୍ବୋଦର ନିଆଲ, ଅଜିତ କିଶୋର ଚଲାନ, ଦେହୁତି ଧରୁଆ, ସଂଗୀତା ମାଝୀ, ଅବନୀ ଯୋଷୀ, ନୀଳାମ୍ବର ମେହେର, ହେମକାନ୍ତି ଦୁରିଆ, ବିଜୟ ବେହେରା, ବାଳିକା ମାଝୀ, ପ୍ରବୀଣ ନିଆଲ, ଲୋକନାଥ ଛତ୍ରିଆ, ରାଜକିଶୋର ହେର୍ଣ୍ଣା, ଜ୍ଯୋତିରାଜ ଦଣ୍ଡସେନା, ଇଲ୍ଲିୟାସ ମହମ୍ମଦ, ମହେନ୍ଦ୍ର ଅଗ୍ରୱାଲ, କିଶୋର ନାଗ, ବିପ୍ରଣ ନିଆଲ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ବୋଡେ଼ନ ବସଷ୍ଟାଣ୍ଡରୁ ରାଲି କରି ଶିଶୁ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ