ଆନ୍ଧ୍ର ପ୍ରଦେଶ ୨୦ ବିନ୍ଦୁ କାର୍ଯ୍ୟକ୍ରମର ଅଧ୍ୟକ୍ଷଙ୍କ ଓଡିଶା ଗସ୍ତ
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଆନ୍ଧ୍ର ପ୍ରଦେଶ ସରକାରଙ୍କ ୨୦ ବିନ୍ଦୁ କାର୍ଯ୍ୟକ୍ରମ (ଟ୍ୱେଂଟି ପଏଂଟ୍ ପ୍ରୋଗ୍ରାମ୍ ) ର ଅଧ୍ୟକ୍ଷ ଶ୍ରୀ ଲଙ୍କା ଦିନାକର ରାଜ୍ୟର ଅନ୍ୟ ଅଧିକାରୀମାନଙ୍କ ସହିତ ଏପ୍ରିଲ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କିତ ଅଧ୍ୟୟନ ଯାତ୍ରାରେ ଅଛନ୍ତି। ଏହି ପରିପ୍ରେକ୍ଷ
kpkpo


ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଆନ୍ଧ୍ର ପ୍ରଦେଶ ସରକାରଙ୍କ ୨୦ ବିନ୍ଦୁ କାର୍ଯ୍ୟକ୍ରମ (ଟ୍ୱେଂଟି ପଏଂଟ୍ ପ୍ରୋଗ୍ରାମ୍ ) ର ଅଧ୍ୟକ୍ଷ ଶ୍ରୀ ଲଙ୍କା ଦିନାକର ରାଜ୍ୟର ଅନ୍ୟ ଅଧିକାରୀମାନଙ୍କ ସହିତ ଏପ୍ରିଲ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କିତ ଅଧ୍ୟୟନ ଯାତ୍ରାରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି (ସୋମବାର) ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ।ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱୟରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଟି. ଆଓ ସ୍ୱାଗତ ଭାଷଣ ଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ ।

ବୈଠକରେ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ଓ ଏହାର କାର୍ଯ୍ୟାନ୍ୱୟନ,'୩୬ ପାଇଁ ୩୬' ଲକ୍ଷ୍ୟ ହାସଲ ଏବଂ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ( ଏସ ଡି ଜି ) ସାଧନ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ଏଥି ସହ ଓଡ଼ିଶା ଅର୍ଥ ବିଭାଗ ପକ୍ଷରୁ ଦାରିଦ୍ର୍ୟ ହ୍ରାସ ଓ ସାମଗ୍ରିକ ବିକାଶରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା କ୍ଷଏହି ପରିପ୍ରେକ୍ଷୀରେଶ୍ରୀ ଦିନାକର ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନାର କାର୍ଯ୍ୟନ୍ୱୟନ ସମ୍ପର୍କିତ ଆଲୋଚନାରେ ଓଡ଼ିଶାରେ ଅବଲମ୍ବନ କରାଯାଉଥିବା କେତେକ ଶ୍ରେଷ୍ଠ ଅଭ୍ୟାସ(ବେଷ୍ଟ ପ୍ରାକ୍ଟିସେସ୍) ସଂପର୍କରେ ଅବଗତ ହେବା ସହ ପ୍ରଶଂସା କରିଥିଲେ ।

ଆନ୍ଧ୍ର ପ୍ରଦେଶ ଟିପିପି ଅଧ୍ୟକ୍ଷ ଶ୍ରୀ ଦିନାକର ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଦେଶର ସାମଗ୍ରିକ ବିକାଶ ପାଇଁ ରାଜ୍ୟମାନଙ୍କ ଅବଦାନ ଅତ୍ୟନ୍ତ ଜରୁରୀ। ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ସାଂସ୍କୃତିକସମନ୍ୱୟ ସଂପର୍କରେ ସେ ଆଲୋଚନା କରିଥିଲେ ।ସେ କହିଥିଲେ ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ବହୁ ଦର୍ଶନୀୟ ସ୍ଥାନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବହୁ ମନ୍ଦିର ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଗୁରୁତ୍ୱ ବହନ କରୁଛି କ୍ଷସେ ଦୁଇ ରାଜ୍ୟର ରେଳ ପଥ, ସଡ଼କ ଓଆକାଶ ପଥ ସଂଯୋଗୀକରଣ ଆଦି ସଂପର୍କରେ ଆଲୋକପାତ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ଉଭୟ ରାଜ୍ୟର ଲୋକମାନଙ୍କର ଯୋଗଦାନ ରହୁଥିବା ପ୍ରକାଶ କରିଥିଲେ । ଶ୍ରୀ ଦିନାକରଓଡିଶାର ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ଆର୍ôଥକ ସ୍ଥିରତା ପ୍ରଦର୍ଶନ ସଫଳତାକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଦୀର୍ଘ ସୂତ୍ରୀ ଲକ୍ଷ୍ୟ ହାସଲରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande