
ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ, ଅନିୟମିତ ଦୋକାନ ହଟାଇବାକୁ ନିର୍ଦ୍ଦେଶ
ଝାରସୁଗୁଡା,, 28 ଏପ୍ରିଲ୍ (ହି.ସ.) : ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଆଜି ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିଥିଲେ।
ପରିଦର୍ଶନ ସମୟରେ ସେ ପୁରୁଣା ବସ୍ଷ୍ଟାଣ୍ଡ, ଗୋଲ ଛକରୁ କାଳୀ ମନ୍ଦିର ରାସ୍ତା ଓ କୋଲାବିରା ରାସ୍ତା ଆଦି ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନିୟମିତ ଭାବେ ଦୋକାନ ବସିଥିବାରୁ ସୃଷ୍ଟି ହେଉଥିବା ଭିଡ଼ ଓ ଟ୍ରାଫିକ ସମସ୍ୟା ପ୍ରତି ସେ ଗୁରୁତ୍ୱ ଦେଇଥିଲେ।
ଏହା ପରେ ଜିଲ୍ଲାପାଳ ତୁରନ୍ତ ଝାରସୁଗୁଡା ମୁନିସିପାଲିଟିର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ଏହି ଉଠା ଦୋକାନଗୁଡିକୁ ଶୀଘ୍ର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଗାମୀ ଦିନରେ ଏପରି ଟ୍ରାଫିକ ଅସୁବିଧା ନ ହେବା ପାଇଁ ଯଥାଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ଜୋର ଦେଇଥିଲେ।
ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ