ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଇନୋଭେସନ୍ ଓ ଷ୍ଟାଟ୍ଅପ୍ ପ୍ରୋଗ୍ରାମ ଉଦ୍ଯାପିତ
ଭଦ୍ରକ, ୨୮ ଅପ୍ରେଲ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଇନୋଭେସନ୍ ଓ ଷ୍ଟାଟଅପ୍ ପ୍ରୋଗ୍ରାମ୍ର ଉଦ୍ଯାପନ ସମାରୋହ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ଫେଲୋସିପ୍ର ସଭାପତି ଲଲାଟ
DAMODAR SANSKRIT COLLEGE


ଭଦ୍ରକ, ୨୮ ଅପ୍ରେଲ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଇନୋଭେସନ୍ ଓ ଷ୍ଟାଟଅପ୍ ପ୍ରୋଗ୍ରାମ୍ର ଉଦ୍ଯାପନ ସମାରୋହ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ଫେଲୋସିପ୍ର ସଭାପତି ଲଲାଟେନ୍ଦୁ ମହାନ୍ତି, ମୁଖ୍ୟବକ୍ତା ପଣ୍ଡିତ ଦୈତ୍ୟାରି ମହାପାତ୍ର, ବିଶିଷ୍ଟ ଅତିଥି ଶିକ୍ଷାବିତ୍ ଡ଼ଃ ପ୍ରଭାତ କୁମାର ମହାନ୍ତି ଓ ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ କୃପାସିନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ଇନୋଭେସନ୍ ଓ ଷ୍ଟାଟ୍ ଅପ୍ ପ୍ରୋଗ୍ରାମ୍ର ଆଭିମୁଖ୍ୟ ପ୍ରଦାନ କରିବା ସଂଗେ ସଂଗେ କିପରି ଛାତ୍ରସମାଜ ଆତ୍ମନିର୍ଭରଶୀଳ ହୋଇପାରିବ ଉକ୍ତ ବିଷୟରେ ଅତିଥିମାନେ ପୃଥକ ପୃଥକ ବକ୍ତବ୍ୟମାନ ରଖିଥିଲେ । ପ୍ରୋଗ୍ରାମର ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ପଣ୍ଡିତ ମଧୁସୂଦନ ତ୍ରିପାଠୀ ବେଦପାଠ କରିଥିଲେ । ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଧ୍ୟାପିକା ସ୍ୱର୍ଣ୍ଣଲତା ପାକଳ, ଗୌରାଙ୍ଗ ଦାସ ଓ ଆଶୁତୋଷ ସିଂ ପ୍ରମୁଖ ମଂଚ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande