
ଭୁବନେଶ୍ୱର, 28 ଏପ୍ରିଲ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ'ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍' ର ଅଧିକାରୀଙ୍କ ସହ ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା 'ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ' ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ନୂଆଦିଲ୍ଲୀ ଠାରେ 'ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍' ର ଅଧିକାରୀଙ୍କ ସହ ସାକ୍ଷାତ୍ ହେଲା । ଏହି ଅବସରରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା 'ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ' ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲି । ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ ଏହି ତୈଳ ଭଣ୍ଡାର ପ୍ରକଳ୍ପ ଆଗାମୀ ଦିନରେ ବିକାଶ ଓ ନିଯୁକ୍ତିର ନୂଆ ସୁଯୋଗ ତିଆରି କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ପୂର୍ବୋଦୟ' ମିଶନ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ 'ଉର୍ଜା ହବ୍' ଭାବେ ଗଢି ତୋଳିବା ସହ ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ