ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ
ନୂଆପଡ଼ା, ୨୮ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ ଅନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ
Jilla unnayana samiti baithak


ନୂଆପଡ଼ା, ୨୮ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ ଅନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ୍ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଏପିଡି କ୍ଷମାନିଧି ଭୋଇ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଜିଲ୍ଲାପାଳ ପାଣି ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମ୍ବନ୍ଧିତ ବିଭାଗକୁ ଶୀଘ୍ର ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓସୱାସ୍ ମାଧ୍ୟମରେ ଅନଲାଇନ ଫାଇଲ ଓ ଚିଠିପତ୍ର ଆଦାନ-ପ୍ରଦାନକୁ ତରନ୍ଵିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଯେଉଁ କାର୍ଯ୍ୟାଳୟରେ ଓସୱାସ୍ ମାଧ୍ୟମରେ ସର୍ବାଧିକ ଫାଇଲ ଆଦାନ ପ୍ରଦାନ ହେବ, ସେହି କାର୍ଯ୍ୟାଳୟକୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।ଉପ ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବତନ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ବିଗତ ମାସର ଉନ୍ନୟନ କାର୍ଯ୍ୟରେ ଥିବା ବାଧା, ବିସଂଗତି ଓ ସେଗୁଡ଼ିକର ସମାଧାନ ସହ ପ୍ରତ୍ୟେକ ବିଭାଗର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପର୍ଯ୍ୟଟନ ବିଭାଗ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା ହୋଇଥିଲା। ରାସ୍ତା ଓ ଗୃହନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗକୁ ଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜଳସେଚନ, ପଞ୍ଚାୟତିରାଜ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଜଙ୍ଗଲ, ଖଣି ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ତହସିଲଦାରମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପଶୁ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଖେଳପଡିଆ ପାଇଁ ଜମି ପଟ୍ଟା ପ୍ରଦାନ ଓ ନୂତନ ଭବନ ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ଭାବନା ସହ କାମ କରି ଜିଲ୍ଲାକୁ ଦ୍ରୁତ ଉନ୍ନୟନ ପଥରେ ଆଗେଇ ନେବା ପାଇଁ ଆହ୍ୱାନ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗ୍ରାମଦୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ବୈଠକର ଉଦ୍ଦେଶ୍ୟ ବ୍ୟାଖ୍ୟା କରି ସମସ୍ତଙ୍କୁ ସ୍ଵାଗତ କରିଥିଲେ।

ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାରେ ହୋମିଓପାଥିକ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୪ ଏକର ଜମି ଚିହ୍ନଟ କରାଯାଇଛି। ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଉକ୍ତ ଜାଗାକୁ ଯୁଗ୍ମ ପରିଦର୍ଶନ କରିବା ପାଇଁ କହିଥିଲେ।

ବୈଠକରୁ ଜଣାଗଲା ଯେ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ୟୁପିଏସସି ଓ ଓପିଏସସି ପରୀକ୍ଷା ପ୍ରାର୍ଥୀମାନଙ୍କ ପାଇଁ ମାଗଣା କୋଚିଂ ବ୍ୟବସ୍ଥା ଗତ ୦୮.୦୪.୨୦୨୬ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବୈଠକରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଓ ଲୋକମାନଙ୍କ ସେବା ପ୍ରଦାନରେ ଗୁଣାତ୍ମକ ସୁଧାର ଆଣିବା ଉପରେ ଜିଲ୍ଲାପାଳ ଜୋର ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande