ଉତ୍କଳ ରତ୍ନ ସମ୍ମାନରେ ସମ୍ୱର୍ଦ୍ଧିତ ହୋଇଥିବା ନେଇ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, ୨୮ ଏପ୍ରିଲ୍(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞ
*ଉତ୍କଳ ରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହୋଇ ଥିବା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସୁବର୍ଣ୍ଣପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା*


*ଉତ୍କଳ ରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହୋଇ ଥିବା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସୁବର୍ଣ୍ଣପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା*


*ଉତ୍କଳ ରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହୋଇ ଥିବା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସୁବର୍ଣ୍ଣପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା*


ସୁବର୍ଣ୍ଣପୁର, ୨୮ ଏପ୍ରିଲ୍(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲାପାଳ ଡ଼ ସାହୁଙ୍କ ସମେତ ଏସ୍ପି ଶ୍ରୀ ନାରାୟଣ ନାଏକ, ଏଡିଏମ୍ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳୀନା ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ମହିଳା କଲେଜର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣରେ କହିଲେ କଳା କେବଳ ନାଚ ଗୀତରେ ନଥାଏ ବରଂ ନିରଶ ମୁହଁରେ ହସ ଫୁଟାଇବା ହିଁ ବାସ୍ତବିକ କଳା। ଡ଼ ନୃପରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କରଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭାଙ୍କ ସହ ସମ୍ମାନରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ। ଆହୁରି ମଧ୍ୟ କହିଲେ ସୂର୍ଯ୍ୟଙ୍କ ପ୍ରଖରତାରେ ଅନେକ ଲୋକ ମଉଳି ଯାଆନ୍ତି’ ପ୍ରଖର ଖରାରେ କିନ୍ତୁ କୃଷ୍ଣଚୁଡ଼ା ଠୋ ଠୋ ହସୁଥାଏ’। ଠିକ୍ ଏଭଳି ବ୍ୟକ୍ତିତ୍ୱର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧାବିଘ୍ନକୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି। ଆଉ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି। ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରବ ଅଟେ ବୋଲି ଶ୍ରୀ ଖେତୀ କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି, ୩୦ଟି ସାମାଜିକ ଅନୁଷ୍ଠାନର ୧୦୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁଙ୍କୁ ଉତରୀୟ ଫୁଲତୋଡ଼ା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ। ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତରରେ କହିଥିଲେ ଯେ, ଆଜି ମୋ କାନ୍ଧରେ ଥିବା ଆପଣଙ୍କର ଏ ଉତରୀୟ ବୋଝ ଜିଲ୍ଲାରେ ଥିବା ବୋଝକୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ। ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟିକୁ ମଣିଷକୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ।

ସଭାରେ ଏସ୍ପି, ଏଡିଏମ୍ ଓ ବକ୍ତା ଗୋରେଖ ନାଥ ସାହୁ, ଡ଼ ଆର୍ତତ୍ରାଣ ବାବୁ, ଗୋବିନ୍ଦ ମହାରଣା ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ, ବିକାଶମୁଖୀ କାର୍ଯ୍ୟକଳାପ, ମାଟିକୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖକୁ ଚିହ୍ନିବା ଖୋଜିବା କଳାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତପ୍ରକାଶ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭାର ଅୟୋଜନ ଓ ସଭାକୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପୋଲିସ୍ ପକ୍ଷରୁ ଏସ୍ପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ୍ ଶ୍ରୀ ମାଝୀ, ଏଡିଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ, ପୌର ପରିଷଦ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ବରିଷ୍ଠ ନାଗରିକ ସଂଘ, ସଚେତନ ନାଗରିକ ମଂଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ୱଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ସିସି, ଭାରତ ବିକାଶ ପରିଷଦ, ଦିବ୍ୟ ଉର୍ଜା ଯୋଗସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍, ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଂଚର କର୍ମକର୍ତା ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande