
ଭୁବନେଶ୍ୱର, 28 ଏପ୍ରିଲ (ହି.ସ.) ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ
ରଖି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ହିଟ୍ ୱେଭ୍ ସେଣ୍ଟର ଖୋଲିବାକୁ
ଯାଉଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ,
ଆଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଗ୍ରୀଷ୍ମ ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି।
ଏହି କାରଣରୁ ସରକାର
ପୂର୍ବପ୍ରସ୍ତୁତି ଭାବେ ହିଟ୍ ୱେଭ୍ ସେଣ୍ଟର ସ୍ଥାପନ କରିବାର ଯୋଜନା କରୁଛନ୍ତି।
ସେ ଆହୁରି କହିଛନ୍ତି ଯେ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା ଖୋଲାଯିବ, ଲୋକେ ଉପକୃତ ହେବେ।
ଯେଉଁଠି ଅଧିକ ହିଟ୍ ୱେଭ୍,
ସେଠାରେ ପ୍ରଥମ ପର୍ଯ୍ୟାୟରେ ସେଣ୍ଟର ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ