
ହମିରପୁର, ୨୮ ଅପ୍ରେଲ (ହି.ସ.)- ସୋମବାର ରାତିରେ ଉତର ପ୍ରଦେଶର ହମିରପୁର ଜିଲ୍ଲାର କାନପୁର-ସାଗର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଚାରି ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସାହାବାଲା (ବରର ଭାଇ) ଅଛନ୍ତି । ଦୁର୍ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଦୁଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନବବଧୂଙ୍କୁ ପଠାଯାଇପାରିଲା ନାହିଁ । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଇକୋ ଭ୍ୟାନକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ବରର ଭାଇ ଏବଂ ଅନ୍ୟ ବରଯାତ୍ରୀମାନେ ଗୋଟିଏ ଭ୍ୟାନରେ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ତିନି ଜଣ ବରଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇବା ପରେ ଜିଲ୍ଲାପାଳ ଅଭିଶେକ ଗୋୟଲ, ଏସପି ମୃଗାଂଗ ଶେଖର ପାଠକ ଘଟଣାସ୍ଥଳରେ ପହଂଚି ଥିଲେ । ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ