କୋଲାବିରାରେ ବିଜେପି ମହିଳା ମୋର୍ଚ୍ଚାର ଜନଆକ୍ରୋଶ ପଦଯାତ୍ରା
Jan akrosh rally at kolabira
କୋଲାବିରାରେ ବିଜେପି ମହିଳା ମୋର୍ଚ୍ଚାର ଜନଆକ୍ରୋଶ ପଦଯାତ୍ରା


ଝାରସୁଗୁଡ଼ା, ୨୮ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଜନଆକ୍ରୋଶ ସମାବେଶ ଓ ପଦଯାତ୍ରା ଆୟୋଜିତ ହୋଇଥିଲା। ମଣ୍ଡଳ ସଭାପତି ଲତିକା ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ପଡିଆ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ସହିତ ନାରୀ ସଶକ୍ତିକରଣ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଭୂମିକାକୁ ନେଇ ଏହି କାର୍ଯ୍ୟକ୍ରମରେ ତୀବ୍ର ସମାଲୋଚନା କରାଯାଇଥିଲା। ପଦଯାତ୍ରା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande