
କେନ୍ଦୁଝର, 28 ଏପ୍ରିଲ୍ (ହି.ସ.) ଆକାଉଣ୍ଟରେ ଥିବା ଭଉଣୀର ଟଙ୍କା ପାଇବା ପାଇଁ ଭାଇକୁ ଭଉଣୀର ମୃତ ଶବକୁ ବ୍ୟାଙ୍କ ନେବାକୁ ପଡ଼ିଲା । ଏହି ଭିଡିଓ ସାରା ଦେଶରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତଥା ବ୍ୟାଙ୍କର ଉପରିସ୍ତ କର୍ମଚାରୀ ଘଟଣା ସ୍ଥିତ ବ୍ୟାଙ୍କ ଓ ଗାଁରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ରୁ ଜଣା ପଡିଥିଲା ମୃତ କଲରାମୁଣ୍ଡାର ତିନି ଜଣ ଲିଗାଲ ହେୟାର ଅଛନ୍ତି ବୋଲି । ସେମାନେ ହେଲେ ଜିତୁ ମୁଣ୍ଡା , ଶଙ୍କରା ମୁଣ୍ଡା ଓ ଗୁରୁବାରୀ ମୁଣ୍ଡା । ଜିତୁ ଓ ଶଙ୍କରା ମଧ୍ୟରେ ଗତକାଲି ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଏ ଘଟଣା । ଜିତୁ ଅନ୍ୟମାନଙ୍କୁ ନ କହି ବ୍ୟାଙ୍କ କୁ ଟଙ୍କା ଉଠାଇବାକୁ ଯାଇଥିଲା । ହେଲେ ନିରକ୍ଷରତା ଓ ବୁଝା ଶୁଝାରେ ଅଭାବ ମଧ୍ୟରେ ଜିତୁ ବ୍ୟାଙ୍କ କୁ ତା ଭଉଣୀର ଶବକୁ ନେଇ ଯାଇଥିଲା । ପରେ ବ୍ୟାଙ୍କରେ ଉପରସ୍ତ ଅଧିକାରୀ ପହଞ୍ଚି ସିସି ଟିଭି ଯାଞ୍ଚ ସହ ଗତ କାଲି ଉପସ୍ଥିତ ଥିବା କିଛି ଲୋକଙ୍କୁ ପଚରାଉଚୁରା କରିଥିଲା । ସେଥିରୁ ଜଣାପଡ଼ିଥିଲା କି ଜିତୁ ଗତ କାଲି ହିଁ ବ୍ୟାଙ୍କ କୁ ଆସିଥିଲା ଓ ନିଶା ଶକ୍ତ ଅବସ୍ଥାରେ ବ୍ୟାଙ୍କରେ ପାଟିତୁଣ୍ଡ ମଧ୍ୟ କରିଥିଲା । ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତର ସହନେଇ ବିଡ଼ିଓଙ୍କ ନେତୃତ୍ଵରେ ଅତିରିକ୍ତ ତହସିଲଦାର , ଆର ଆଇ ଘଟଣାସ୍ଥଳରେ ପହଞ୍ଚି ମୃତ କଲରାର ମୃତ ସାଟିଫିକେଟ ଓ ତାଙ୍କ ପରିବାରର ଲିଗାଲ ହେୟାର ସାଟିଫିକେଟ ସହ ରେଡକ୍ରସ ପକ୍ଷରୁ ଶବ ସତ୍କାର ପାଇଁ ୨୦ ହଜାର ଟଙ୍କା ଦେଇଥିଲେ । ପରେ ସମସ୍ତ ନଥିପତ୍ର ପାଇବା ପରେ ତାକୁ ନେଇ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳ ଡିଆନାଳୀ ଗାଁରେ ଆକାଉଣ୍ଟରେ ଥିବା ୧୯ ହଜାର ୪ ଶହ ଦୁଇ ଟଙ୍କା ଗ୍ରାମବାସୀ ଓ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ | ଯାହାକୁ ନେଇ ପରିବାର ଖୁସି ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA