
ଜୟପୁର, ୨୮ ଏପ୍ରିଲ୍ (ହି.ସ.)- ମଧ୍ୟପ୍ରଦେଶ ଅଞ୍ଚଳର ୨ ଜଣ ଯୁବକଙ୍କୁ ଅପହରଣ ଓ ଲୁଟ ମାମଲାରେ ଆଜି ଟାଉନ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l
ପୁଲିସ ସୂଚନା ଅନୁଯାୟୀ, ୫ ଜଣ ଦୁର୍ବୁତ୍ତ ବସଷ୍ଟାଣ୍ଡ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରୁ ୨ ଜଣଙ୍କୁ ସଦର ଥାନା ଅନ୍ତର୍ଗତ ପଲିଗୁଡା ଆମ୍ବ ତୋଟାରେ ଲୁଚାଇ ରଖି ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ l କୌଶଳ କ୍ରମେ ୧୧ ହଜାର ଟଙ୍କା ଦେଇ ୨ ଜଣ ଖସି ଚାଲିଆସିଥିଲେ l ଟାଉନ ପୁଲିସ ମକାପୁଟ ର ରଞ୍ଜିତ ହରିଜନ, ଗଡ଼ପଦର ଅଞ୍ଚଳର ନବୀନ ହରିଜନ, ଖରୀମୁଣ୍ଡି ଅଞ୍ଚଳର ନବୀନ ଗଣ୍ଡ, ପଲିଗୁଡା ର ଆକାଶ ଗୌଡ଼ ଓ ଉମୁରିର ନରେଶ ହରିଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି l ଗିରଫ ଅଭିଯୁକ୍ତ ଠାରୁ ଛୁରୀ, ଖଣ୍ଡା, ମୋବାଇଲ ଜବତ କରିଛି ପୋଲିସ l
ହିନ୍ଦୁସ୍ଥାନ ସମାଚାର / ପିକେପି