ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳନ
ବଲାଙ୍ଗୀର, ୨୮ ଏପ୍ରିଲ୍(ହି.ସ.) – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ’ କୁ ଧୁମ୍ଧାମ୍ର ସହ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ହାଇକୋର୍ଟର ମାନ୍ୟବର ବିଚାରପତି ମୃଗାଙ୍କ ଶେଖର ସାହୁ ଯୋଗ ଦେଇ ଭାଷାଭିତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳନ ’


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳନ ’


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳନ ’


ବଲାଙ୍ଗୀର, ୨୮ ଏପ୍ରିଲ୍(ହି.ସ.) – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ’ କୁ ଧୁମ୍ଧାମ୍ର ସହ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ହାଇକୋର୍ଟର ମାନ୍ୟବର ବିଚାରପତି ମୃଗାଙ୍କ ଶେଖର ସାହୁ ଯୋଗ ଦେଇ ଭାଷାଭିତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ମହନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଭାରତୀୟ ଆଇନଜୀବୀ ବୃତିକୁ ସଂଶୋଧିତ କରି ମହିଳା ମାନଙ୍କୁ ଆଇନଜୀବୀ ବୃତି ଗ୍ରହଣ କରିବାର ଅଧିକାର ପ୍ରଦାନ କରିବବାରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ। ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ହୀରଣ୍ମୟ ବିଷୋୟୀ ଯୋଗଦେଇ ନିଜ ବକ୍ତବ୍ୟରେ ମଧୁବାବୁ ଏହି ଦେଶ ଓ ଜାତିର ଟେକ ବୃଦ୍ଧି କରି ଓଡ଼ିଶାବାସୀଙ୍କୁ ସ୍ୱାଭିମାନର ସହ ବଂଚିବାର ବାଟ ଦେଖାଇଥିଲେ ବୋଲି କହିଥିଲେ। ପ୍ରଥମରେ ଅତିଥିମାନେ ମଧୁସୂଦନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାର ଶୁଭାରମ୍ଭ କରିଥିଲେ। ସଭା ପ୍ରାରମ୍ଭରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଦିବଙ୍ଗତ ଓକିଲ ମାନଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାକୁ ବରିଷ୍ଠ ଆଇନଜୀବୀ ପ୍ରମୋଦ ତ୍ରିପାଠୀ ସଂଯୋଜନା କରିଥିଲେ। ଏହି ଅବସରରେ ବଲାଙ୍ଗୀରରେ ୫ଠବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଓକିଲାତି କରିଥିବା ୫ଜଣ ବରିଷ୍ଠ ଆଇନଜୀବୀ ବିନାୟକ ମିଶ୍ର, ବାସୁଦେବ ଗୁରୁ, ସୁବୋଧ ଚରଣ ମିଶ୍ର, କାନନ ବିହାରୀ ସ୍ୱାଇଁ ଏବଂ ଜୟରାମ ମିଶ୍ରଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଭବାନୀ ଶଙ୍କର ଶତପଥୀ, ଜୟକୃଷ୍ଣ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଓକିଲାତି ବୃତିକୁ ଏକ ନୂତନ ପରିଚୟ ଦେଇଥିବା ମଧୁସୂଦନ ଦାସଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଘର କୋଷାଧ୍ୟକ୍ଷ ଶିବ ଦ୍ୱିବେଦୀ, ଯୁଗ୍ମ ସଂପାଦିକା ସବିତାରାଣୀ ମିଶ୍ରଙ୍କ ସମେତ ସୁମିତ ଖୁଆସ, ଦିପ୍ତୀ ଶର୍ମା, ଭାବନୀ ଭୋଇ, ଶଙ୍କର ମିଶ୍ର, ଅରବିନ୍ଦ ପୂଝାରୀ, ସଂଜୟ ପଟେଲ, ଦେବାଶିଷ ବିଶ୍ୱାଳ, ଚନ୍ଦ୍ରଶେଖର ମିଶ୍ର, ଅଧିକାରୀ ଦନ୍ତା, ଅଶୋକ ରାଉତ ଭକ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ। ସଂଘର ଉପସଭାପତି ଚିନ୍ମୟ ମିଶ୍ର ମଂଚାସୀନ ଥିବା ବେଳେ ସଭା ଶେଷରେ ସଂପାଦକ ଅଶୀତ ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସମସ୍ତ ସମସ୍ତ ସଭ୍ୟସଭ୍ୟା ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande