
ଜୟପୁର, ୨୮ ଏପ୍ରିଲ୍ (ହି.ସ.)- ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଚତନ ଦାସଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୟପୁର ଠାରେ ଆଜି ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଏବଂ ପୂଜ୍ୟପୂଜା ସଂସଦ ପକ୍ଷରୁ ରାଜାନଗର ଠାରେ ରହିଥିବା ମଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିବା ବେଳେ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମାଲ୍ୟାର୍ପଣ ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କୋର୍ଟ ପରିସରରେ ରହିଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତରେ ଓକିଲ ସଂଘ ସଭାପତି ବିଜିରାଇ ଜେନା ଦେଓ, ରାଜ୍ୟ ପରିଷଦ ସଦସ୍ୟ ପିଟା ରମେଶ ପାତ୍ର, ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ, ଦାସରଥି ପଟ୍ଟନାୟକ, ବିରେଶ ପଟ୍ଟନାୟକ, ଶରତ କୁମାର ମାଝୀ, ତି୍ରନାଥ ସିଂଲାଲ୍, ରାମାନୁଜ ପ୍ରସାଦ, ତେଜେଶ୍ୱର ପଣ୍ଡା, ବାଲା ରାୟ, ଭୋଳାନାଥ ପଟ୍ଟନାୟକ, ରାଜେନ୍ଦ୍ର କୁମାର ଗୌଡ଼, ସୁରେଶ ଚେଟ୍ଟୀ, କେ.ଅରୁଣ କୁମାର, ପୁଷ୍ପାଞ୍ଜଳି ସାହୁ, ଅଞ୍ଜନା ସିଂ, ନିବେଦିତା ଅଥ, ବିଜୟ କୁମାର ଗଣ୍ଡ, ରାଜେନ୍ଦ୍ର ମାଦଳା, ବିଭୁତି ମହାପାତ୍ର, ଦିବାକର ଗୌଡ଼, ସୁଧିର ତ୍ରିପାଠୀ, ପି.ସନ୍ୟାସୀ ରାଓ ପୁଷ୍ପମାଲ୍ୟ ପ୍ରଦାନ କରିଥିବା ବେଳେ ରାଜାନଗର ଠାରେ ଉତ୍କଳ ଳ ସମ୍ମିଳନୀ ପକ୍ଷରୁ ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ପରମେଶ୍ୱର ପାତ୍ର, ହରିହର କରସୁଧା ପଟ୍ଟନାୟକ, ନବୀନ ମାଦଳା, ରାଜେନ୍ଦ୍ର କୁମାର ଗୌଡ଼, ଚନ୍ଦ୍ରକାନ୍ତ ସୂତାର, ବାଲା ରାୟ, ଦେବେନ୍ଦ୍ର ବାହିନୀପତି ଏବଂ ପୂଜ୍ୟପୂଜା ସଂସଦ ପକ୍ଷରୁ ଉଦୟ ଶଙ୍କର ଜାନୀ, ତପନ କିରଣ ତ୍ରିପାଠୀ, ବୈରାଗୀ ଚରଣ ସାହୁ, ପ୍ରମୋଦ ରାଉଳ, ନରସିଂହ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବିଶେଷକରି ବକ୍ତାମାନେ ଏହି ଅବସରରେ ମଧୁବାବୁଙ୍କୁ ଓଡ଼ିଶାର ଜନକ ବୋଲି କହିଥିବା ବେଳେ ତାଙ୍କ ପାଇଁ ଭାରତରତ୍ନ ଉପାଧି ଦାବି ରଖିଥିଲେ । ମଧୁସୂଦନ ଦାସଙ୍କର ଆଇନ ଶିକ୍ଷା, ବୃତ୍ତି ଓ ସେବାର ଉନ୍ନତି ପାଇଁ ଯେଉଁ ପ୍ରଗାଢ଼ ଚେଷ୍ଟା ଓ ଉଦ୍ୟମ ରହିଥିଲା ତାହା ବର୍ଣ୍ଣନା କରିଥିବା ବେଳେ ସେଥିପାଇଁ ଓଡ଼ିଶା ବାର୍ କାଉନ୍ସିଲ୍ ପ୍ରସ୍ତାବ ଅନୁସାରେ ଆଜିର ଦିନକୁ ଆଇନଜୀବୀ ଦିବସ ପାଳନ କରାଯାଉଥିବା କୁହାଯାଇଥିଲା । ତାଙ୍କ ପ୍ରଚେଷ୍ଟାରେ ପାଟନା ହାଇକୋର୍ଟର ସର୍କିଟ୍ ବେଂଚ୍ କଟକରେ ୧୯୧୬ ମେ ୧୮ ତାରିଖରେ ପ୍ରଥମେ ଅନୁଷ୍ଠାନ ହୋଇଥିଲା ଏବଂ ପରେ ୧୯୪୮ ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ହୋଇଥିବା ବକ୍ତାମାନେ କହିଥିଲେ । ସେହିପରି ତାଙ୍କ ଉଦ୍ୟମ କ୍ରମେ ମହିଳାମାନେ ପ୍ରଥମେ ଆଇନଜୀବୀ ପେଷାକୁ ଆସିବାରେ ସମ୍ଭବ ହୋଇଥିବା କହି ଏଭଳି ମହାନ୍ ବ୍ଯକ୍ତିଙ୍କୁ ଭାରତ ଇତିହାସରେ ସେଭଳି ଗୁରୁତ୍ୱ ଦିଆଯାଇନଥିବା ବିଷୟକୁ ନେଇ ଉଦବେଗ ପ୍ରକାଶ ପାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି