
ବଲାଙ୍ଗୀର, ୨୮ ଏପ୍ରିଲ୍(ହି.ସ.) – ଆଜି ବଲାଙ୍ଗୀରର କଲେଜ ଛକ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ “ମଧୁବାବୁ ଜୟନ୍ତୀ” ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ ଯୋଗ ଦେଇଥିଲେ। ମଂଚାସୀନ ଅତିଥିଙ୍କ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବଲାଙ୍ଗୀର ସହରର ଉଭୟ ଶିଶୁ ମନ୍ଦିରର ସମସ୍ତ କାର୍ଯ୍ୟକର୍ତା ସମ୍ମିଳିତ ଭାବରେ ପାଳନ କରିଥିଲେ। ସ୍ୱାଗତ ଭାଷଣ ସଭାପତି ତ୍ରିବିକ୍ରମ ଦାସ ପ୍ରଦାନ କରିଥିଲେ।
ସଂଯୋଜନା ଗୁରୁମା ଖୁଲଣା ବାରିକ କରିଥିଲେ। ଶିଶୁବକ୍ତା ରୂପେ ଦେବାଶିଷ ରମଣ ପଣ୍ଡା ଓ ଶୁଭମ୍ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ ମହାନ ପୁରୁଷଙ୍କ ଜୀବନରେ ଘଟିତ ଘଟଣାବଳୀରୁ ପ୍ରେରଣା ନେଇ ଜୀବନରେ ପ୍ରୟୋଗ କରିବା ଉଚିତ୍। ପରେ ଅଭିଭାବିକା ସ୍ମୃତି ଦାଶ୍ ନିଜର ବିଚାର ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ.ପଟେଲ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ମଂଚାସୀନ ଅନ୍ୟତମ ଅତିଥିଙ୍କ ମଧ୍ୟରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସଂପାଦକ ନୀଳାଚଳ ଚିରଗୁଣ ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ