ଏମ୍.ଏସ୍. ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଗ୍ରାମ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୨୮ ଏପ୍ରିଲ୍ (ହି.ସ.)- ଜୟପୁରସ୍ଥିତ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଲମତାପୁଟ ବ୍ଲକର ବାଲେଲ୍ ଗ୍ରାମରେ ଗ୍ରୀଷ୍ମ ତାପଦାହ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଏହି ପଥପ୍ରାନ୍ତ ନାଟକଟି ବାଲେଲ୍ ଓ
ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଗ୍ରାମ ସଚେତନତା କାର୍ଯ୍ୟକ୍ରମ


ଜୟପୁର, ୨୮ ଏପ୍ରିଲ୍ (ହି.ସ.)-

ଜୟପୁରସ୍ଥିତ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଲମତାପୁଟ ବ୍ଲକର ବାଲେଲ୍ ଗ୍ରାମରେ ଗ୍ରୀଷ୍ମ ତାପଦାହ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଏହି ପଥପ୍ରାନ୍ତ ନାଟକଟି ବାଲେଲ୍ ଓ ଗୋଡିହଞ୍ଜର ଗ୍ରାମର ଗାଗ୍ଗଡ ସାଥୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଏହି ନାଟକରେ ଦୈନନ୍ଦିନ ଜୀବନର ଯଥାର୍ଥ ଦୃଶ୍ୟଗୁଡ଼ିକୁ ଦେଖାଯାଇଥିଲା, ଯେପରିକି ମହିଳାମାନେ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯିବା କାମ କରିବା ସମୟରେ ଖରାରେ ରହିବା ଓ ଦୂରରୁ ପାଣି ଆଣିବା। ଏହି ସବୁ ଦୈନଦିନ କାର୍ଯ୍ୟ କରିବା ସମୟରେ ସେମାନେ କିପରି ସୂର୍ଯ୍ୟ ଆଘାତ ପ୍ରଭାବରେ ପଡ଼ୁଛନ୍ତି, ତାହାକୁ ସହଜ ଭାବେ ଉପସ୍ଥାପନ କରାଯାଇଥିଲା । ଏହି ନାଟକ ମାଧ୍ୟମରେ ଗ୍ରାମବାସୀ ଗ୍ରୀଷ୍ମ ଋତୁରେ ନିଜକୁ କିପର ସୁରକ୍ଷିତ ରଖିବେ ସେ ବିଷୟରେ ବୁଝାଯାଇଥିଲା ଯଥା ପ୍ରଚୁର ପାଣି ପିଇବା, ମଧ୍ୟାହ୍ନ ସମୟରେ ବାହାରକୁ ନ ଯିବା, ଓ.ଆର.ଏସ., ଲେମ୍ବୁ ପାଣି ପିଈବା ଓ ହାଲୁକା ପୋଷାକ ପିନ୍ଧିବା। ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଚେତନ କରାଯାଇଥିଲା ଯେପରିକି ଗର୍ଭବତୀ ମହିଳା, ସ୍ତନ୍ୟପାନକାରୀ ମାଆ, ଶିଶୁ ଓ ବୃଦ୍ଧମାନେ କିପରି ତାପଦାହରେ ଅଧିକ ପ୍ରଭାବିତ ହୁଅନ୍ତି ଓ ଗ୍ରୀଷ୍ମ ତାପଦାହରୁ ରକ୍ଷା ପାଇବାପାଇଁ ସରକାରୀ ସହାୟତା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ, ମହିଳା ଓ କିଶୋର-କିଶୋରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଭାଷା ଓ ସରଳ ଶୈଳୀରେ ନାଟକ ପ୍ରଦର୍ଶନ କରାଯାଇ ଥିବାରୁ ଗ୍ରାମବାସୀମାନେ ବିଷୟଗୁଡ଼ିକୁ ସହଜରେ ବୁଝିପାରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ ମେମ୍ବର ଶ୍ରୀମତୀ ମାଳତୀ ଧାଙ୍ଗଡ଼ାମାଝି , ସରପଞ୍ଚ ଶ୍ରୀମତୀ ସୁମିତ୍ରା ମୁଦୁଲି, ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ପରିଚ୍ଛା ଉପସ୍ଥିତ ରହି ଏପରି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସମ୍ଭବ ହେବ ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ ଆହୁରି ଗ୍ରାମରେ ଆୟୋଜନ କରାଯିବା ଉଚିତ୍ ବୋଲି କହିଥିଲେ l ଏମ୍.ଏସ୍. ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନର ତରଫରୁ ବ୍ଲକ ସଂଯୋଜକ ନିରଜ ବେନିଆ, ରାଜଲଷ୍ମୀ ବେହେରା, ପୁଷ୍ପା ଖରା ଓ ଦୁତୀୟା ଗୌଡ଼ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande