ବୃଦ୍ଧଙ୍କୁ ଗଳାକାଟି ହତ୍ୟା
ଜୟପୁର, 28 ଏପ୍ରିଲ୍ (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳ ରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରି ଘଟଣାଟି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗ୍ରାମରେ ଘଟିଛି । ମୃତ ବୃଦ୍ଧ ଜଣକ ହେଲେ ରଘୁନାଥ ଗୌଡ (୬୦) । ସୁଚନା
ବୃଦ୍ଧଙ୍କୁ ଗଳାକାଟି ହତ୍ୟା


ଜୟପୁର, 28 ଏପ୍ରିଲ୍ (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳ ରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରି ଘଟଣାଟି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗ୍ରାମରେ ଘଟିଛି ।

ମୃତ ବୃଦ୍ଧ ଜଣକ ହେଲେ ରଘୁନାଥ ଗୌଡ (୬୦) । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁ ନାଳ ଭିତରେ ରଘୁନାଥଙ୍କ ମୃତ ଦେହ ପଡିଥିଲା । ଯାହାକି ବେକରେ କ୍ଷତ ବିକ୍ଷତ ଚିହ୍ନ ରହିଛି । ଏହାକୁ ନେଇ ରଘୁ ନାଥଙ୍କ ପୁଅ ଭଗବାନ ଗୌଡ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସାଇଣ୍ଟି ଫିକ ଟିମ ତଦନ୍ତ କରି ଫେରିଛି । ଏସଡିପିଓ ଅଚ୍ଚ୍ିତା ମିତ୍ତଲ, ସଦର ଥାନା ଅଧିକାରି ପହଞ୍ଚିଛନ୍ତି । ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ପ୍ରତିନିଦ ସଂନ୍ଧ୍ୟା ରେ ରୁମୁଲିପୁଟ ରୁ ଫାମ୍ପୁଣି ଚା ପିଇବାକୁ ଯାଆନ୍ତି । ି ଗତ କାଲି ମଧ୍ୟ ରଘୁ ନାଥ ଗ୍ରାମରେ ଥିବା ଚା ଦୋକାନ ଚା ପିଇବାକୁ ଯାଇ ଆଉ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇ ଏପରି ଅଭାବନୀୟ ଘଟଣା ଦେଖିଥିଲେ । ମୃତ ରଘୁ ନାଥଙ୍କ ଉପରେ ସାଇକେଲ ପଡିଥିଲା । ଡାହାଣପଟ ବେକ କଟି ହତ୍ୟା କରାଯାଇଛି । ସେ ଜାଣି ସନ୍ଦେହରେ କେତେକ ଗ୍ରାମବାସୀ ଙ୍କ ନାମ ମଧ୍ୟ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ କୁ ଗୁରୁତର ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଚି । ମୃତ ବୃଦ୍ଧର ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବା ବିଷୟ ଏସଡିପିଓ ସୁଚନା ଦେଇଛନ୍ତି । ପୁବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି । ଅଭି ଯୋଗକୁ ଭତ୍ତି କରି କେତେ ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande