ଓସିଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ସୁନ୍ଦରଗଡ଼ ଜିଲ୍ଲା ମହିଳା ଦଳ ବିଜୟୀ
ଖୋର୍ଦ୍ଧା, ୨୮ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି-୨୦ କ୍ରିକେଟ ପ୍ରତିଯୋଗିତାର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ରେ ସୁନ୍ଦରଗଡ଼ ଜିଲ୍ଲା ମହିଳା ଦଳ ଦେଓଗଡ଼ ଜିଲ୍ଲା
OCA


ଖୋର୍ଦ୍ଧା, ୨୮ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି-୨୦ କ୍ରିକେଟ ପ୍ରତିଯୋଗିତାର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ରେ ସୁନ୍ଦରଗଡ଼ ଜିଲ୍ଲା ମହିଳା ଦଳ ଦେଓଗଡ଼ ଜିଲ୍ଲା ମହିଳା ଦଳକୁ ୨୩୫ ରନରେ ପରାସ୍ତ କରି ବିଜୟୀ ହୋଇଛି।

ସୁନ୍ଦରଗଡ଼ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା। ଦଳ ପକ୍ଷରୁ ଦିବ୍ୟା ରାଉତରାୟ ୧୦୩ ରନ୍ ଓ ଇଷିତା ପାଣି ୮୮ ରନ୍ କରିଥିଲେ। ପ୍ରତ୍ୟୁତରରେ ଦେଓଗଡ଼ ଦଳ ୨୦ ଓଭରରେ ୮ଟି ୱିକେଟ୍ ହରାଇ ମାତ୍ର ୪୮ ରନ୍ କରି ୨୩୫ ରନ୍ରେ ପରାସ୍ତ ହୋଇଥିଲେ। ସୁନ୍ଦରଗଡ଼ ଦଳ ପକ୍ଷରୁ ସୁପ୍ରିୟା ମିଶ୍ର ୪ ଓଭରରୁ ୨ ଓଭର ମେଡେନ୍ ସହ ୨ ରନ୍ ବ୍ୟୟକରି ୨ଟି ୱିକେଟ ନେଇ ଭଲ ବୋଲିଙ୍ଗ କରିଥଲେ। କ୍ରିକେଟ୍ ଆସୋସିଏସନ୍ ଅଫ୍ ଦି ଦିଷ୍ଟ୍ରିକ୍ଟ ଖୋର୍ଦ୍ଧାର ସମ୍ପାଦକ ତଥା ଓସିଏର କୋଷାଧକ୍ଷ ବିକାଶ ପ୍ରଧାନ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସୁଧୀର ସାହୁ, ବ୍ରିଜେଶ ପ୍ରଧାନ, କାଜଲ ବଳିଆରସିଂ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଂଚି ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳ ସଂଯୋଜନା କରିଥିବାବେଳେ ଅମ୍ପାୟର ରୂପେ ତେଜନ ଦୁର୍ଗା, ଅଭିନାଶ ନାୟକ ଓ ସ୍କୋରର ଭାବେ ସତ୍ୟନାରାୟଣ ପରିଡ଼ା କାର୍ଯ୍ୟ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande