ପଞ୍ଚାୟତ ନିର୍ବାଚନରେ ମେଂଟ ହେବ ନାହିଁ – ଭକ୍ତ ଚରଣ ଦାସ
ଭୁବନେଶ୍ୱର, 28 ଏପ୍ରିଲ (ହି.ସ.) ଆସନ୍ତା ପଂଚାୟତ ନିର୍ବାଚନରେ କୌଣସି ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏବଂ ଏକାକୀ ନିର୍ବାଚନ ଲଢିବ । ସେ କହିଛନ
ପଞ୍ଚାୟତ ନିର୍ବାଚନରେ ମେଂଟ ହେବ ନାହିଁ – ଭକ୍ତ ଚରଣ ଦାସ


ଭୁବନେଶ୍ୱର, 28 ଏପ୍ରିଲ (ହି.ସ.) ଆସନ୍ତା ପଂଚାୟତ ନିର୍ବାଚନରେ କୌଣସି ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ।

ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏବଂ ଏକାକୀ ନିର୍ବାଚନ ଲଢିବ । ସେ କହିଛନ୍ତି ଯେ, ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ କଂଗ୍ରେସ ନିଜ ଦମ୍ରେ ଲଢ଼ିବାକୁ ପ୍ରସ୍ତୁତ ଓ ସଂଗଠନକୁ ଶକ୍ତିଶାଳୀ କରିବାରେ ଗୁରୁତ୍ୱ ଦେଉଛି।

ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ବିଧାନସଭା ନିର୍ବାଚନ ସମୟରେ ଦଳର ହାଇକମାଣ୍ଡ ଯଦି ଆବଶ୍ୟକ ମନେ କରେ, ତେବେ ମେଣ୍ଟ ନେଇ ଆଲୋଚନା ହୋଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande