
ନୂଆଦିଲ୍ଲୀ, ୨୮ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗାଙ୍ଗଟକ୍ ଠାରେ ସିକିମ ର ୫୦ତମ ପ୍ରତିଷ୍ଠା ବର୍ଷର ଉଦ୍ଯାପନୀ ସମାରୋହରେ ପର୍ଯ୍ୟଟନକୁ ବିକାଶ ସହିତ ଯୋଡ଼ିଛନ୍ତି । ସେ କହିଥିଲେ ଯେ, କେନ୍ଦ୍ର ସରକାର ଏଥିପାଇଁ ସଂଯୋଗ ଭିତିଭୂମିକୁ ପ୍ରାଥମିକତା ଦେଉଛନ୍ତି । ଉତର-ପୂର୍ବାଂଚଳକୁ 'ଅଷ୍ଟଲକ୍ଷ୍ମୀ' କହିବା ସହ ‘ଆକ୍ଟ ଇଷ୍ଟ ଆକ୍ଟ ଫାଷ୍ଟ ନୀତି ବିଷୟରେ ଉଲ୍ଲେଖ କରିଥିଲେ । ଏଥି ସହିତ ଦେଶବାସୀଙ୍କୁ ସିକିମ ଆସିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଚାରି ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ସିକିମକୁ ତାଙ୍କର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗ୍ୟାଙ୍ଗଟକ୍ ର ପାଲଜୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ସିକିମ ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଥିଲେ ଯେ, ସିକିମ 'ଏକ ଭାରତ, ଶ୍ରେଷ୍ଠ ଭାରତ ର ଏକ ଉଦାହରଣ ସୃଷ୍ଟି କରିଛି, ଯେଉଁଠି ରାଜନୈତିକ ସ୍ୱାର୍ଥ କାରଣରୁ ଦେଶରେ ଭେଦଭାବ ସୃଷ୍ଟି କରିବାର ପ୍ରୟାସ କରାଯାଉଛି । ମୋଦି ସିକିମକୁ ପୂର୍ବର ସ୍ୱର୍ଗ ଏବଂ ଉତର-ପୂର୍ବର ଉଦ୍ୟାନ ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଦେଶର ୨୫ ପ୍ରତିଶତରୁ ଅଧିକ ପୁଷ୍ପ ବିବିଧତା ଏହି ରାଜ୍ୟରେ ଦେଖିବାକୁ ମିଳିଥାଏ । ଏଠାରେ ୫୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଏବଂ ୭୦୦ ପ୍ରକାରର ପ୍ରଜାପତି ଅଛନ୍ତି । କାଚଂନଜଙ୍ଘାର ପାହାଡ଼ ରାଜ୍ୟର ପରିଚୟକୁ ଆହୁରି ସମୃଦ୍ଧ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ