
କେନ୍ଦୁଝର, 28 ଏପ୍ରିଲ୍ (ହି.ସ.)ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିରେ ବିଦ୍ୟା ଭାରତୀ ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ପାଟଣା ସଂକୁଳର ସଂକୁଳ ପ୍ରମୁଖ ନୀରଜ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରସ୍ତୁତି ସ୍ତର ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ତୁରୁମୁଙ୍ଗା ସଂକୁଳ ସଂଯୋଜକ ଚିତ୍ତରଞ୍ଜନ ମହାନ୍ତ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିର ସମ୍ପାଦକ ମନବୋଧ ମହାନ୍ତ ଏବଂ ସହ ସଂପାଦକ ଅକ୍ଷୟ କୁମାର ସେଠୀ ଏବଂ ପୂର୍ବତନ ସଂପାଦକ ପଦନ କୁମାର ନାଏକ। ଅତିଥି ଅଧିକାରୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି।ପଞ୍ଚକୋଷାତ୍ମକ ଶିକ୍ଷା ବିଷୟରେ ଶିକ୍ଷାଦାନ କରିଥିଲେ ଖଡିବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦନ କୁମାର ନାଏକ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟଶାଳାରେ ତୁରୁମୁଙ୍ଗା ସଂକୁଳର ଆଠଟି ବିଦ୍ୟାଳୟର ୯୭ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଭାଗ ନେଇଥିବା ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA