ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ
ଜୟପୁର, ୨୮ ଏପ୍ରିଲ୍ (ହି.ସ.)- ଜଳିଲାଣି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ । ସବୁଦିନ ତାପମାତ୍ରା ୩୪ ଡିଗ୍ରୀ ପାର କରୁଛି । ପ୍ରତିଦିନ ୨ଡିଗ୍ରୀ ଲେଖାଏଁ ତାପମାତ୍ରା ବଢୁଥିବା ଜଣାଯାଇଛି । । ଏପଟେ ତାତିକୁ, ସେ ପଟେ ଝାଞ୍ଜିରେ ଅଞ୍ଚଳବାସୀ ଛଟପଟ ହୋଉଛନ୍ତି । ଦିନରେ ବାହାରକୁ ବାହାରିବା କଷ୍ଟକର
ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ


ଜୟପୁର, ୨୮ ଏପ୍ରିଲ୍ (ହି.ସ.)- ଜଳିଲାଣି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ । ସବୁଦିନ ତାପମାତ୍ରା ୩୪ ଡିଗ୍ରୀ ପାର କରୁଛି । ପ୍ରତିଦିନ ୨ଡିଗ୍ରୀ ଲେଖାଏଁ ତାପମାତ୍ରା ବଢୁଥିବା ଜଣାଯାଇଛି । । ଏପଟେ ତାତିକୁ, ସେ ପଟେ ଝାଞ୍ଜିରେ ଅଞ୍ଚଳବାସୀ ଛଟପଟ ହୋଉଛନ୍ତି । ଦିନରେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ସାଧାରଣତଃ ମେ ପ୍ରଥମ ସପ୍ତାହ ଆଡକୁ ତାତି ବଢିବା ଆଶଙ୍କା କରାଯାଉଛି । ଚଳିତ ବର୍ଷ କୋରାପୁଟ ଜିଲାର ୧୪ଟି ବ୍ଲକ ଅଞ୍ଚଳ ବିଭିନ୍ନ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଛି ବେଆଇନି ଇଟା ଭାଟି । ଯାହା ଫଳରେ ଉତ୍ତାପ ସହ ଗରମ ଅନୁଭୂତ ହେଉଛି । ଦିନ ୧୦ଟା ପରେ ତାତି ଅନୁଭୂତ ହେଉଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ଟାଣ ଖରା, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଦହଗଞ୍ଜ ହୋଇ ପଡୁଛି । ରାସ୍ତାଘାଟ ଖାଁ.. ଖାଁ । ପୂର୍ବରୁ ଜନଗହଳି ରହୁଥିବା ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ ବସଷ୍ଟାଣ୍ଡ, ଅନ୍ୟ ଛକ ଗୁଡିକରେ ମଧ୍ୟ ଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ତାତିରୁ ରକ୍ଷା ପାଇବା ପାଇଁ ଲୋକେ ମୁଣ୍ଡରେ ରୁମାଲୁ, ଗାମୁଛା, ଟାୱେଲ ଓ ମହିଳା ମାନେ ଓଢଣୀ ଘୋଡାଇ, ଛତା ଧରି ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି । ଜୟପୁର ପୌରାଞ୍ଚଳର ତରଫରୁ ଜଳ ଛତ୍ର ଖୋଲାଯାଇଛି । ତେବେ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଦେଖି ସମସ୍ତ ବ୍ୟବସ୍ଥା କରିବା ଆବଶ୍ୟକ । ଅବାଧରେ ଇଟାଭାଟି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଗରମ ଅନୁଭୂତ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର ।

ଯଦି ପ୍ରଦୂଷଣ ରୋକାଯାଇ ଜଙ୍ଗଲ ବଞ୍ଚାଇବା ଦିଗରେ ସରକାର ପଦପେକ୍ଷ ନେବେ ତେବେ ଜଳବାୟୁ ପରିବର୍ତ୍ତନକୁ ରୋକଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande