ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ଜୟନ୍ତୀ ପାଳିତ
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ମଧୁସୂଦନଙ୍କ ଜୟନ୍ତୀ ପାଳ
fggdrht


ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ମଧୁସୂଦନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି

ା ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସମ୍ମିଳନୀର ଉପଦେଷ୍ଟା ଶତାୟୁ ପୁରୁଷ

ପଦ୍ମଚରଣ ନାୟକ ଅତିଥୀ ଭାବରେ ଯୋଗଦେଇ ବିଧାନସଭାର ନାମ ‘ମଧୁ ଭବନ’ ଓ ଉତ୍କଳ ମଣ୍ଡପର ନାମ ‘ଉତ୍କଳ ଗୈାରବ ମଣ୍ଡପ’ ରଖାଯାଉ ବୋଲି ଦାବି କରିଥିଲେ । ଭୁବନେଶ୍ୱରର ପଶ୍ଚିମ ପାଖକୁ ଗାନ୍ଧୀ ନଗର ଢାଞ୍ଚାରେ ‘ମଧୁ ନଗର’ ନାମରେ ନାମିତ କରାଯାଉ ବୋଲି ମଧ୍ୟ କହିଥିଲେ । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମଧୁ ଜୟନ୍ତୀ ସଭାରେ ସମ୍ମିଳନୀର ରାଜ୍ୟ ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା ସଭାପତିତ୍ୱ କରି ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande