ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ପୁରୀ , 28 ଏପ୍ରିଲ୍ (ହି.ସ.)ପୁରୀ ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଗତକାଲି ସଂଧ୍ୟାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ରବି ଧାନ ସଂଗ୍ରହ ମଇ ମାସ ୧୫ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋ
ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ।


ପୁରୀ , 28 ଏପ୍ରିଲ୍ (ହି.ସ.)ପୁରୀ ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଗତକାଲି ସଂଧ୍ୟାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ରବି ଧାନ ସଂଗ୍ରହ ମଇ ମାସ ୧୫ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଖରିଫ ଧାନ ସଂଗ୍ରହ ପରି ରବି ଧାନ ସଂଗ୍ରହ କୁ ସମସ୍ତଙ୍କ ଉଦ୍ୟମ ରେ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କୃଷକ ମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ଯତ୍ନବାନ ହେବା,ଧାନ ମଣ୍ଡି ଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା,ଧାନ ସଂଗ୍ରହ ଉପକରଣ ସବୁ କୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଚଳିତ ବର୍ଷ ୨୨୨୩୬ କୃଷକ ନାମ ପଞ୍ଜିକରଣ କରିଛନ୍ତି।ଗତ ଖରିଫ ଋତୁରେ ଜିଲ୍ଲାରେ ୨୧୦୪୦୦.୦୦ ମେଟ୍ରିକ ଟନ ଧାନ ସଂଗ୍ରହ ର ଧାର୍ଯ୍ୟ ଲକ୍ଷ ରୁ ୨୦୩୫୨୦.୫୭୯ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ଜିଲ୍ଲାରେ ୫୯୨୫୩ ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କ ମଧ୍ୟରୁ ୫୮୦୦୫ କୃଷକ ଙ୍କ ଠାରୁ ଏହି ଧାନ ସଂଗୃହିତ ହୋଇଥିଲା।ସେହିପରି ଗତବର୍ଷ ରବି ଋତୁରେ ୨୫୩୨୧ ପଞ୍ଜିକୃତ ଯୋଗ୍ୟ କୃଷକ ଙ୍କ ମଧ୍ୟରୁ ୧୮୦୧୩ ଜଣ କୃଷକ ଙ୍କ ଠାରୁ ୭୨୫୪୪.୦୭୮ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ରାଜ କିଶୋର ଜେନା,ପୁରୀ ସାଂସଦ ଙ୍କ ପ୍ରତିନିଧି, ସତ୍ୟବାଦୀ,ବ୍ରହ୍ମଗିରି ଓ ପୁରୀ ବିଧାୟକ ଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକରେ ବିବିଧ ସୂଚନା ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande